ଫୋକସ ପ୍ଲସ(ଟାଙ୍ଗୀ)୦୮/୦୯/୨୦୨୨: ବ୍ରାଉନସୁଗାର ହବ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଗତ କାଲି ଟାଙ୍ଗୀ ଅବକାରୀ ବିଭାଗ ଜକିଂଆ ଥାନା ଅନ୍ତର୍ଗତ ଛଣଗିରି ଗ୍ରାମରେ ଚଢ଼ାଉ କରି ୧୪ ଗ୍ରମ୍ ବ୍ରାଉନସୁଗାନ (ଧଳାଜହର) ଜବତ କରିଥିବାବେଳେ ଜଣେ ମହିଳା ଲିଲି ନନ୍ଦି ଙ୍କୁ ଗିରଫ କରିଛି। ଜବତ ବ୍ରାଉନସୁଗାର ର ମୁଲ୍ୟ ୧ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଜଣା ପଡିଛି। ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବେପାର ବେଧଡକ୍ ଚାଲୁଥିବା ସୁଚନା ମିଳୁଛି। ବ୍ରାଉନସୁଗାର କାରବାରକୁ ରୋକିବା ଲାଗି ପୋଲିସ ସହରର ବିଭିନ୍ନ ସ୍ଥାନରେ ଚଢାଉ କରୁଥିବା ବେଳେ ବେପାରୀ ମାନେ ସହର ଛାଡ଼ି ଏବେ ଗାଁ ଗହଳି ରେ ନୁଆ ନୁଆ ତରିକାରେ ସେମାନେଙ୍କ ନେଟଓ୍ବାର୍କ ଚଳାଇ ବେପାର କରୁଛନ୍ତି। ବିଶେଷଭାବେ ଯୁବଗୋଷ୍ଠୀ ନିଶା ପଛରେ ପଡି ପଥଭ୍ରଷ୍ଟ ହେଉଥିବା ବେଳେ ମହିଳା ମାନଙ୍କୁ ଢାଲ କରି ସେମାନଙ୍କ ବେପାର ବେଧଡକ ଭାବରେ ଚଳାଉଥିବା ଜଣାପଡ଼ିଛି।
