ବ୍ରଦରହୁଡ ଫାଉଣ୍ଡେସନ ଓ ସରପଞ୍ଚ ଙ୍କ ସହାୟତରେ ଲାଗିଲା ଗାଈର କୁତ୍ରିମ ଗୋଡ଼

ଫୋକସ ପ୍ଲସ (ରଗଡି): ସରପଞ୍ଚଙ୍କ ମହାନତା |ଦେଖି ପାରିଲେନି ନିରୀହ ପଶୁର କଷ୍ଟ |ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ ଅନ୍ତର୍ଗତ ଜଖପୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅରୁଣଜ୍ଯୋତି ସାମଲ |ନିଜ କାର୍ଯ୍ୟାଳୟ ପରିସରରେ ଗୋଟିଏ ଗାଈଟିଏ ବୁଲୁଥିବାର ଦେଖିବାକୁ ପାଇଥିଲେ |ନିରୀହ ପଶୁଟି ନିଜର ଗୋଟିଏ ଗୋଡ ହରେଇ ସାରିଥିବା ବେଳେ ବହୁତ କଷ୍ଟରେ ଚାଲୁଥିବାର ଦେଖିବାକୁ ପାଇଥିଲେ ସରପଞ୍ଚ |ଅନେକ ଚେଷ୍ଟା ପରେ ବ୍ରଦରହୁଡ ଫାଉଣ୍ଡେସନ ସହିତ ଯୋଗାଯୋଗ କରିଥିଲେ ସରପଞ୍ଚ ଏବଂ ବ୍ରଦରହୁଡ ଫାଉଣ୍ଡେସନ ସହାୟତାରେ ଗାଇଟିର ଗୋଟିଏ କୂତ୍ରିମ ଗୋଡ ଲଗାଯାଇଥିଲା |ନିଜର ଗୋଡ଼ ହରାଇ ଦୁର୍ଦ୍ଧଶା ଭୋଗୁଥିବା ଗାଇଟି ଆଜି ପୁଣି ଥରେ ଗୋଡ ଫେରି ପାଇଛି |ପୁଣି ଠାରେ ପୂର୍ବପରି ସାଧାରଣ ଭାବେ ଚାଲି ବୁଲି ପାରୁଛି |ଯଦି ଗାଈଟି କଥା କହିପାରୁଥାନ୍ତା ନିଜର ଭାବନାକୁ ପ୍ରକାଶ କରିପାରୁଥାନ୍ତା ହୁଏ ତ ସେ ଆଜି ସରପଞ୍ଚଙ୍କ ଏହି କାର୍ଯ୍ୟ ପାଇଁ ତାଙ୍କୁ କହିଥାନ୍ତା ଧନ୍ୟ ତୁମେ ମଣିଷ ଧନ୍ୟ ତୁମ ମହାନତା |ମୋ ପ୍ରତି କରିଥିବା ତୁମ ସାହାଯ୍ୟର ଋଣ ମୁ ସଦାସର୍ବଦା ମାନେ ରଖିବି |

ସୁକିନ୍ଦା ଦାନଗଦୀ ରୁ ପଦ୍ମନାଭ ପହିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *