ବୌଦ୍ଧରେ ଗଡିଲା ଲକ୍ଷ୍ମୀ ବସ, ଆଭାସୀ ଜରିଆରେ ଶୁଭାରମ୍ଭକଲେ ମୁଖ୍ୟମନ୍ତ୍ରୀ l

ବୌଦ୍ଧ୨୧/୦୨/୨୦୨୪: ବୌଦ୍ଧ ଜିଲ୍ଲାରେ ଆଜି ଆରମ୍ଭ ହେଲା ଲକ୍ଷ୍ମୀ ବସ ଯୋଜନା। ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଷ୍ଟାଡିୟମ୍ ପଡିଆ ଠାରେ ଏହି ଯୋଜନା ଉଦଘାଟନ ଆୟୋଜନ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଏହି ଲକ୍ଷ୍ମୀ ଯୋଜନା ର ଶୁଭାରମ୍ଭ କରିଛନ୍ତି । ।ପ୍ରଥମ ପର୍ଯ୍ୟାୟ ରେ ବୌଦ୍ଧ ଜିଲ୍ଲାରେ ୬ ଗୋଟି ବସ୍ ସେବା ଆରମ୍ଭ ହୋଇଥିବା ବେଳେ ବୌଦ୍ଧ ବ୍ଲକ କୁ ଦୁଇଟି, କଣ୍ଟାମାଳ ବ୍ଲକ କୁ ଦୁଇଟି ଏବଂ ହରଭଙ୍ଗା ବ୍ଲକ କୁ ଦୁଇଟି ବସ୍ ଚଳାଚଳ ଆରମ୍ଭ ହୋଇଛି । ତିନୋଟି ବ୍ଲକ ରେ ୬ ଟି ବସ୍ ସେବା ଆରମ୍ଭ ହୋଇଥିବା ବେଳେ ଆଗାମୀ ଦିନରେ ପ୍ରତ୍ୟେକ ପଞ୍ଚାୟତ କୁ ଏହି ବସ୍ ଯୋଜନା ଆରମ୍ଭ କରାଯିବ । ତେବେ ଆଜିର ଏହି ଲକ୍ଷ୍ମୀ ବସ୍ ଯୋଜନା ଉଦଘାଟନୀ କାର୍ଯ୍ୟକ୍ରମ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ଯୋଜନା ଦ୍ୱାରା ଛାତ୍ର ଛାତ୍ରୀ, ମହିଳା, ଦିନ ମଜୁରିଆ ଙ୍କ ସମେତ ପ୍ରତ୍ୟେକ ଗ୍ରାମବାସୀ ମାତ୍ର ୫ ଟଙ୍କା ରେ ବ୍ଲକ ମୁଖ୍ୟାଳୟ କୁ ଯିବା ଆସିବା କରି ପାରିବେ ।ଗ୍ରାମାଞ୍ଚଳ ରୁ ପଞ୍ଚାୟତ ପର୍ଯ୍ୟନ୍ତ, ପଞ୍ଚାୟତ ରୁ ବ୍ଲକ ଏବଂ ଆର୍ଥିକ ଏବଂ ବାଣିଜ୍ୟିକ ପେଣ୍ଠ ସ୍ଥଳୀ କୁ ଯୋଡ଼ିବ ଏହି ବସ୍ ଯୋଜନା । ମହିଳା ମାନଙ୍କ ପାଇଁ 5 ଟଙ୍କା ରହିଥିବା ବେଳେ ପୁରୁଷ ମାନେ 10 ଟଙ୍କା ଦେଇ ଯିବାଆସିବା କରି ପାରିବେ l

Leave a Reply

Your email address will not be published. Required fields are marked *