ବେଦାନ୍ତ ଗାଡି ଧକ୍କାରେ ଜଣେ ମୃତ

ଫୋକସ ପ୍ଳସ(ବରଗଡ଼): ବରଗଡ଼ ହଲଦୀପାଳି ଛକରେ ବେଦାନ୍ତ ଗାଡି ଧକ୍କାରେ ଜଣେ ସ୍ଥାନୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।ମୃତ ବ୍ୟକ୍ତି ଜଣକ ହେଲେ ଗୁଡେସିରା ଗ୍ରାମର ଅଲେଖ ହରିପାଳ ବୟସ (60) ବର୍ଷ ।ସେ ସାଇକେଲରେ ଘାସ ବୋଝେଇ ରାସ୍ତା ପାରି ହେଉଥିବା ସମୟରେ ଧ୍ରୁତଗତିରେ ଆସୁଥିବା ବେଦାନ୍ତ ଗାଡି ତାଙ୍କ ଉପରେ ଚଢ଼ି ଯାଇଥିଲା ।ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ବେଦାନ୍ତ ଗାଡି ରାସ୍ତା ଉପରେ ବେନିୟମ ଭାବରେ ସବୁବେଳେ ଛିଡାରହୁଥିବା ବେଳେ ପ୍ରସାଶନ କୁ ବାରମ୍ବାର ଦାବି କରିବା ସତ୍ତ୍ୱେ ତାର ସମାଧାନ ହେଉନଥିବା ବେଳେ ମୃତ୍ୟବରଣ ପରେ ପରିବାର ଲୋକଙ୍କ ବିନା ଉପସ୍ଥିତିରେ ପୋଲିସ ଶବ ଉଠାଇ ନେବାରୁ ଲୋକେ ତୀବ୍ର ବିରୋଧ କରିଛନ୍ତି ଓ ରାସ୍ତାରୋକ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହନ ଛିଡା ହୋଇଅଛି ।

ବରଗଡ଼ରୁ ଶ୍ରୀକାନ୍ତ ମଟାରୀଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *