କେନ୍ଦୁଝର୨୩/୦୨/୨୦୨୪: ଆନନ୍ଦପୁର ବ୍ଲକ ପଞ୍ଚୁପଲ୍ଲି ବେଉସାହିରେ ନୀଳମାଧବଙ୍କ ମେଢ଼ ପୂଜା ୮୦ବର୍ଷ ହେବ ପୂଜାର୍ଚ୍ଚନା କରାଯାଇ ଉତ୍ସବ ପାଳନ କରାଯାଉଛି । ଆଦିବାସୀ ସଂସ୍କୃତିକ ଶବର ସମାଜ ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ମୁଖ୍ୟ ବ୍ୟକ୍ତି ମାନେ ଯୋଗଦାନ କରି ଶବର ସମାଜ ପାଇଁ ସରକାରଙ୍କ ଅବହେଳା ସମ୍ପର୍କରେ ଏହି ମହାସଭାରେ ଆଲୋଚନା କରାଯାଇଛି । ପ୍ରଥମେ ଆଜକୁ ତିନିଦିନି ଧରି ଶବର ମାନଙ୍କର ମୁଖ୍ୟ ଆରାଧ୍ୟ ଦେବତା ପ୍ରଭୁ ନୀଳମାଧବଙ୍କ ପୂଜା ପାଇଁ ସ୍ଥାନୀୟ ପୁସ୍କରଣୀରୁ କଳସ ବୁଡାଇ ମୁଖ୍ୟ ସଂକଳ୍ପରେ ବିଷ୍ଣୁ ପ୍ରସାଦ ଦେହୁରୀ ବସିଥିବା ବେଳେ ଗ୍ରାମର ୯ଜଣ ଭକ୍ତ ସଂକଳ୍ପରେ ବସି ଗ୍ରାମର ଉର୍ଣ୍ଣତି କାମନା କରିଛନ୍ତି । ଏଥିରେ ପୂଜକ ରବୀନ୍ଦ୍ର କୁମାର ପାଢୀ, ନିତ୍ୟାନନ୍ଦ ପାଢ଼ୀ ରୀତିନୀତିରେ ପୂଜାର୍ଚ୍ଚନା କରି ଶବର ସମାଜ ପାଇଁ ମଙ୍ଗଳ କାମନା କରିଛନ୍ତି ।ନୀଳମାଧବଙ୍କ ଜନ୍ମତ୍ସବ ଉଦ୍ଧେଶ୍ୟରେ ଉକ୍ତ ମହାସଭାରେ ମୁଖ୍ୟ ଅତିଥି ଭାବେ ଶବର ସମାଜର ରାଜ୍ୟ ସଭାପତି ବିଦ୍ୟାଧର ଦେହୁରୀ ଏବଂ ସମ୍ନାନିତ ଅତିଥି ଭାବେ ଜିଲ୍ଲା ସଭାପତି ଇନ୍ଦ୍ରମଣି ଦେହୁରୀ ଗ୍ରାମର ମୁଖ୍ୟ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗବତ ଦେହୁରୀ ଓ କେନ୍ଦୁଝର ଜିଲ୍ଲାର ପ୍ରତି ବ୍ଲକର ଜଣେଜଣେ ମୁଖ୍ୟ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶବର ସମାଜ ପାଇଁ ସରକାର ଦୁଷ୍ଟି ଦେଇ କିପରି ସମାଜ ପାଇଁ ଉର୍ଣ୍ଣତି ହୋଇପାରିବ ଅତିଥି ମାନଙ୍କ ସହ ଆଲୋଚନା କରିଥିଲେ ।ଏଥିରେ ଗ୍ରାମର ଉଦ୍ୟମାନ ବ୍ୟକ୍ତି ରମାକାନ୍ତ ଦେହୁରୀ ମଞ୍ଚ ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।
ବେଉସାହିରେ ଶବର ସମାଜ ପକ୍ଷରୁ ନୀଳମାଧବଙ୍କ ଜନ୍ମତ୍ସବ ଓ ମହାସଭା ଅନୁଷ୍ଠିତ ।
