ବେଆଇନ କଫସିରପ ଜବତ |

ଫୋକସ ପ୍ଲସ୧୮/୧/୨୩(କଟକସଦର):ସରକାର ବେନ୍ୟା କରିଥିବା ଲକ୍ଷାଧିକ ଟଙ୍କାର କଫସିରପ ଜବତ।କଟକ ଚାନ୍ଦବାଲି ରାସ୍ତାର ଜଗତପୁର ଥାନା ଖରାଖିଆ ନିକଟରୁ ଜବତ କରିଛି ସାଲେପୁର ଅବକାରୀ ବିଭାଗ।ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ୩୬ହଜାର ହେବ ବୋଲି ଅନୁମାନକରାଯାଉଛି। ଯାହାକୁ ଦୀର୍ଘ ୭ ବର୍ଷ ହେବ ବ୍ୟାନ କରାଯାଇଥିବା ସୂଚନାଦେଲେ ସାଲେପୁର ଅବକାରୀ ବିଭାଗ ଇନ୍ସପେକ୍ଟର। କୌଣସି ସୂତ୍ରରୁ ଖବରପାଇ ସାଲେପୁର ଅବକାରୀ ବିଭାଗର ଉପନିରୀକ୍ଷକ ପେଟ୍ରୋଲିଂ କରୁଥିବା ସମୟରେ କାରଟିକୁ ଅଟକ ରଖି ଯାଞ୍ଚ କରିବାରୁ ୧୨ ପେଟି ବେଆଇନ କଫସିରପ ଜବତ କରିବା ସହ ଗାଡି ଚାଳକକୁ ମଧ୍ୟ ଗିରଫକରି ଅବିକାରୀ ଥାନା ସାଲେପୁରରେ ରଖାଯାଇଛି। ଗାଡିଚାଳକ ହେଲେ ଜଗତପୁରଥାନା ପିରବଜାରର ଜିତେନ୍ଦ୍ର ନଦୀ। ଜିତେନ୍ଦ୍ର ନଦୀକୁ ଗିରଫ କରାଯାଇଥିବା ବେଳେ ଗାଡିମାଲିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ଗାଡି ଚାଳକ କହିଛି। ୧୨ପେଟି କଫସିରପ ଗୋଟେ ପେଟିରେ ୧୬୦ପିସି ରହିଛି।ପ୍ରତ୍ୟେକ ପିସି ୧୦୦ ମିଲିଗ୍ରାମ । ପାଖାପାଖି ୧୯୨୦ ବୋତଲ ଯାହାର ପରିମାଣ୧୯୨ ଲିଟର ହେବ ବୋଲି ଅବକାରୀ ବିଭାଗପକ୍ଷରୁ ସୂଚନା ଦେଇଛନ୍ତି। ଏଥିସହ ଏହି ବେଆଇନ କଫସିରପ କେଉଁଠୁ କେଉଁଆଡେ ଯିବା ସହ କେତେଦିନଧରି ଏ ଭଳି କାରବାର ଚାଲିଛି ଏ ନେଇ ଅଧିକ ତଦନ୍ତ କରାଯାଉଥିବା ନେଇ ଅବକାରୀ ବିଭାଗ ସାଲେପୁର ସୂଚନାଦେଇଛନ୍ତି।

Leave a Reply

Your email address will not be published. Required fields are marked *