ବେଆଇନ୍ ବାଲି ଘାଟରେ ଚଢାଉ, ଚାରି ବାଲି ଡିପୁ ଜବତ ।

କରଞ୍ଜିଆ୩୦/୦୨/୨୦୨୪: ଚୋରା ମାଫିଆଙ୍କ ଆଡ୍ଡା ସ୍ଥଳୀ ପାଲଟିଛି କରଞ୍ଜିଆ ତହସିଲ୍ ଅଞ୍ଚଳ। କରଞ୍ଜିଆ ତହସିଲ୍ ଚଢ଼େଇଭୋଳ ଅଞ୍ଚଳ ରେ ଦିନ ରାତି ମlତିଛନ୍ତି ପଥର ଏବଂ ବାଲି ମାଫିଆ। ଦିନ ଦି ପହରେ ବାଲି ଚାଲାଣ କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଆଉ ରାଜସ୍ବ ବିଭାଗ ହରାଉଛି କୋଟି କୋଟି ଟଙ୍କାର ରାଜସ୍ବ। ବାଲି, ପଥର ଚୋରି ହେବାର ମୁଖ୍ୟ କାରଣ ହେଉଛି ପୂର୍ବରୁ ରାଜସ୍ବ ବିଭାଗ ହାତରେ ଥିଲା ଦାୟିତ୍ଵ କିନ୍ତୁ ଏବେ ଖଣି ବିଭାଗ ହାତରେ ପୁଣି ଏତେ ବଡ଼ ଜିଲ୍ଲାରେ ଜଣେ ମାତ୍ର ଅଧିକାରୀ ସେଥିପାଇଁ ଏବେ ବାଲି ପଥର ଚୋରିକରିବାର ସୁବର୍ଣ୍ଣ ଯୁଗ ଆସିଛି ମାଫିଆ ମାନଙ୍କ ପାଇଁ। ଖଣି ବିଭାଗ ଅଧିକାରୀ ବାଲି ଘାଟ ବୁଲି ଫେରୁଛନ୍ତି କିନ୍ତୁ ଭୟ ଶୂନ୍ୟ ମାଫିଆ କାରଣ ଅଧିକାରୀଙ୍କ କାର୍ଯ୍ୟାଳୟ କରଞ୍ଜିଆ ଠାରୁ 120 କିଲୋମିଟର। ଏଭଳି ପରିସ୍ଥିତିରେ ଗତକାଲି ଉପଖଣ୍ଡ ପୋଲିସ ଅଧିକାରୀ ଚଢ଼େଇଭୋଳ ନିକଟରେ ଚାରୋଟି ବାଲି ଡିପୁ ରେ ଚଢାଉ କରିଥିଲେ। ଘଟଣା ସମ୍ପର୍କରେ ଅବଗତ ହେବା ପରେ ଖଣି ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବାଲିକୁ ଜବତ କରି ଦୁଇ ଲକ୍ଷ୍ୟ କୋଡ଼ିଏ ହଜାର ଟଙ୍କାରେ ନିଲାମ କରିଥିବା ଦେଖିବାକୁ ମିଳିଛି। କରଞ୍ଜିଆ ତହସିଲ୍ ଚଢ଼େଇଭୋଳ ଅଞ୍ଚଳରେ ବର୍ଷ ବର୍ଷ ଧରି ଏଭଳି ଚୋରା କାରବାର ରେ ଲିପ୍ତ ଅଛନ୍ତି ବାଲି, ପଥର ଏବଂ କାଠ ମାଫିଆ। ଦେଖିବାକୁ ବାକି ରହିଲା ସ୍ଥାନୀୟ ପ୍ରଶାସନ ମାଫିଆଙ୍କ ଉପରେ କି ପ୍ରକାର କାର୍ଯାନୁଷ୍ଠାନ ନେଉଛି।

Leave a Reply

Your email address will not be published. Required fields are marked *