ବିହାର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିହାର ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତିପୁରରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି | ଏହି ନିର୍ବାଚନୀ ସଭାରେ ସେ ଲାଲୁ ଯାଦବଙ୍କ ପରିବାର ଉପରେ କଟାକ୍ଷ କରିଥିଲେ। ସେ କହିଥିଲେ ଯେ ଏହି ଲୋକମାନେ ଜାମିନରେ ଅଛନ୍ତି। ଆଜି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ ଏନଡିଏ ସରକାର ଗରିବଙ୍କ ସେବା କରୁଛି। ନୀତିଶ କୁମାରଙ୍କ କଥା ଉଠାଇ ସେ କହିଥିଲେ ଯେ ଏଥର ପୁଣି ଥରେ ବିହାରରେ ସୁଶାସନର ସରକାର ଆସିବ।
ବିହାରରେ ଏମାନେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି କରି ଜାମିନରେ ଅଛନ୍ତି:ମୋଦି
