ବିସ୍ଫୋରଣ ପରେ ଦିଲ୍ଲୀ ଓ ମୁମ୍ବାଇରେ ହାଇଆଲର୍ଟ । ବିସ୍ଫୋରଣ ସ୍ଥଳରେ NIA ଓ NSG ଟିମର ତନାଘନା । ଦିଲ୍ଲୀ ଲାଲ୍କିଲ୍ଲା ନିକଟରେ ଏକ କାରରେ ବିସ୍ଫୋରଣ ଘଟିଛି । ଏଥିରେ ୮ଜଣଙ୍କ ମୃତ୍ୟୁ ହୋଇଛି । କିଛି ଲୋକ ବିସ୍ଫୋରଣରେ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ହସପିଟାଲ ସ୍ଥାନାନ୍ତର କରାଯାଇଛି । ମେଟ୍ରୋ ଷ୍ଟେସନ ଗେଟ୍ ୧ ନିକଟ ପାର୍କିଂରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍ । ଆଉ ୮ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ ଟିମ୍ । ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ଜାରି ହୋଇଛି । ନିଆଁ ଲିଭାଇବାକୁ ୭ଟି ଦମକଳ ଗାଡ଼ି ପହଞ୍ଚିଛି । କେଉଁ ପରିସ୍ଥିତିରେ ବିସ୍ଫୋରଣ ଘଟିଲା ତାର ତଦନ୍ତ ଚାଲିଛି ।
ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ
