ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ।

କଳାହାଣ୍ଡି୩୦/୦୨/୨୦୨୪: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଆ ଭାଷା ଓ ସାହିତ୍ୟ କୁ ବିଶ୍ୱ ସ୍ତରୀୟ କରିବା ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ବିଶ୍ୱ ଓଡ଼ିଆ ଭାଷା ସମ୍ବିଳନୀ ଦିବସ ଭାବେ ପାଲନ କରାଯାଉଛି। କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଷା ଓ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ରଖିଥିବା ସାହିତ୍ୟିକ, ଗାଳ୍ପିକ, ଲେଖକ, କବି ଙ୍କୁ ଅତିଥି ରୂପେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବା ପରେ ଭୁବନେଶ୍ୱର ରୁ ରାଜ୍ୟ ସରକାରଙ୍କ ଓ ମୁଖ୍ୟମନ୍ତ୍ରୀ ଙ୍କ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଦେଖା ଯାଉଥିଲା। ପରେ ପ୍ରଶାସନ ପକ୍ଷରୁ ସାହିତ୍ୟିକ, ଗାଳ୍ପିକ, ଲେଖକ, କବି ଙ୍କୁ ସମ୍ମାନିତ କରାଯାଇଛି।

Leave a Reply

Your email address will not be published. Required fields are marked *