ବିଶ୍ବର ସବୁଠାରୁ ଖୁସିର ଦେଶ..

ନୂଆଦିଲ୍ଲୀ : ଆପଣମାନେ ବିଶ୍ବର ଅନେକ ସ୍ଥାନ ପରିଭ୍ରମଣ କରିଥିବେ । କିନ୍ତୁ ଜାଣିଛନ୍ତି କି ବିଶ୍ବର ସବୁଠାରୁ ଖୁସିର ଦେଶ କେଉଁଠି ରହିଛି । ଆସନ୍ତୁ ଜାଣିବା । ବିଶ୍ୱର ସବୁଠାରୁ ଖୁସିର ଦେଶ ହେଉଛି ଡେନମାର୍କ । ଆପଣମାନଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବା କେଉଁ ଦୃଷ୍ଟିକୋଣରୁ ଏହାକୁ ଖୁସିର ଦେଶରେ ପରିଗଣିତ କରାଯାଇଛି ।

ବିଶେଷଜ୍ଞଙ୍କ ମତରେ ଏହା ପଛରେ ରହିଛି ତା’ର ସଂସ୍କୃତି ଓ ପରମ୍ପରା । ଏଠାରେ ସୁସ୍ଥକର ଓ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ରହିଛି। ଯାହା ସମସ୍ତଙ୍କ ଜୀବନରେ ସୁସ୍ଥ, ମାନସିକ ବିଶାରଦ କମ୍‌ ହେବା ସହ ଖୁସି ରହିବା ପାଇଁ ମହତ୍ତ୍ୱପୂର୍ଣ୍ଣ। କିନ୍ତୁ କେବଳ ଏହି କାରଣ ଯୋଗୁଁ ଡେନମାର୍କ ସବୁଠାରୁ ଖୁସିର ଦେଶଭାବେ ବିବେଚିତ ହୋଇଛି , ତାହା ନୁହେଁ, ଏଠାରେ ରହୁଥିବା ଲୋକଙ୍କୁ ଚିନ୍ତାରୁ ଦୂରେଇ ରଖିବା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି ସେଠାକାର ସରକାର।

ସେଠାରେ ଲୋକଙ୍କୁ ବିନା ମୂଲ୍ୟରେ ଶିକ୍ଷା ଓ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଏ। ଏଠାକାର ପେନ୍‌ସନ ସିଷ୍ଟମ ମଧ୍ୟ ଦୁନିଆର ସବୁଠାରୁ ଭଲ ସିଷ୍ଟମରୁ ଗୋଟିଏ। କିନ୍ତୁ ଏହି ଦେଶରେ ସବୁଠାରୁ ଆୟକର ଅଧିକ ରହିଛି। ସବୁ ଲୋକ ଖୁସିରେ ଆୟକର ଭରିଥାନ୍ତି। କାରଣ ଅଧିକ ଆୟକର ଗୋଟିଏ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହୋଇଥାଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି। ତେଣୁ ଚିନ୍ତା କରିବା ପାଇଁ ଏଠାକାର ଲୋକଙ୍କ ପାଖରେ ବହୁ କମ୍‌ କାରଣ ରହିଛି। ଫଳରେ ଏଠାରେ ଲୋକମାନେ ବହୁତ ଖୁସିରେ ରହିଥାନ୍ତି। ତେଣୁ ଏହି ଦେଶ ସବୁଠାରୁ ଖୁସି ଦେଶ ବୋଲି ବିବେଚିତ କରାଯାଇଛି।

Leave a Reply

Your email address will not be published. Required fields are marked *