ବିଲ ହାତେଇବାରେ ବ୍ୟସ୍ତ ଠିକାଦାର ଓ ସରକାରୀ ଅଫିସର

ଫୋକସ ପ୍ଲସ (ନୂଆପଡ଼ା)୧୪/୦୭/୨୦୨୨: ଓଡିଶା ସରକାର ସ୍ମାର୍ଟ ସ୍କୁଲ ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଖର୍ଚ୍ଚ କରୁଥିବା ବେଳେ, ବର୍ତ୍ତମାନ ସେହି ସ୍ମାର୍ଟ ସ୍କୁଲ୍ ପାଚେରୀ ସବୁ ନିମ୍ନମାନର କାର୍ଯ୍ୟ ହୋଇଥିବା ଯୋଗୁଁ ତାହା ତିନି ମାସ ନପୁରୁଣୁ ପାଚେରୀ ଫାଟି ଆଁ କଲାଣି |ଏଭଲି ଏକ୍ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ କରଙ୍ଗାମାଲ୍ ର 5t ଅଧୀନର ରୂପାନ୍ତରିତ ହୋଇ ଥିବା ସ୍ମାର୍ଟସ୍କୁଲ୍ |ଯାହାକି କିଛି ମାସ ତଳେ ଓଡିଶାର ଗଣଶିକ୍ଷା ମନ୍ତ୍ରୀ ଆସି ନିଜେ ଶୁଭାରମ୍ଭ କରିଥିଲେ l କିନ୍ତୁ ଏଠି ପ୍ରଶ୍ନ ଉଠୁଛି, କାମ୍ ସାରିବାର ତିନି ମାସ ମଧ୍ୟ ହେଇନି ପାଚେରୀ ଫାଟି ଆଁ କଲାଣି |ଏଥିରେ ଠିକାଦାର ଏବଂ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏଭଲି ନିମ୍ନମାନର କାର୍ଯ୍ୟ କରି ବିଲ ହାତେଇ ନେଥିବା କଥା ସାଧାରଣରେ ମହଲରେ ଚର୍ଚ୍ଚା ହେଉଛି lତେଣୁକରି ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକୁ ତଦନ୍ତ କରି ଉକ୍ତ କାର୍ଯ୍ୟରେ ସଂପୃକ୍ତ ଥିବା ଠିକାଦାର ଓ ସରକାରୀ ଅଫିସରଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରୁଛନ୍ତି।

ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ରୁ ଅଜିତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *