ଫୋକସ ପ୍ଲସ 1/12/22 (ଖୋର୍ଦ୍ଧା): ବିଲ ମଝିରେ ପଡ଼ି ରହିଛି ନବଜାତ ଶିଶୁର ମୃତ ଦେହ। ଆଜି ସକାଳୁ ସକାଳୁ ଚାଷୀମାନେ ଜମିକୁ ଯାଇ ଧାନ କାଟୁଥିବା ବେଳେ ହଠାତ ଦେଖିବାକୁ ପାଇଥିଲେ ଏକ ନବଜାତ ଶିଶୁର ମୃତ ଦେହ। ଛୁଆଟି ସମ୍ପୂର୍ଣ୍ଣ ୬ମାସର ହେବ ବୋଲି ଅନୁମାନ କରାଯାଉଛି । ଏହି ନବଜାତ ଶିଶୁଟି କେମିତି ଏଠାକୁ ଆସିଲା ଏପର୍ଯ୍ୟନ୍ତ କୋୖଣସି ସୂଚନା ଜଣା ପଡ଼ିନାହିଁ । ପ୍ରଶ୍ନ ଉଠୁଛି ନବଜାତ ଶିଶୁଟିକୁ କିଏ ଏବଂ କଣ ପାଇଁ ଜନ୍ମ ଦେଇ ଏଭଳି ଘଟଣା ଘଟାଇଛି । ଏହି ଭୃଣ ହତ୍ୟା କରି ଜଣେ ନାରୀ ଜନ୍ମ ଦେଇ ମଧ୍ୟ ଏଭଳି କାର୍ଯ୍ୟ କରିପାରୁଛନ୍ତି ବର୍ତ୍ତମାନ ଯୁଗରେ ତାହା ହିଁ ବଡ଼ ପ୍ରଶ୍ନ । ଏହି ଅଭାବନୀୟ ଘଟଣା ହାଟ ବରଡ଼ି ଅଞ୍ଚଳରେ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି । ଏପର୍ଯ୍ୟନ୍ତ ନବଜାତ ଶିଶୁଟିର ଏ ସବୁ ଘଟଣା କିଏ ଘଟାଇଛି ଜଣା ପଡିନାହିଁ । ଘଟଣା ସ୍ଥଳରେ କୁହୁଡ଼ି ଫାଣ୍ଡି ଟାଙ୍ଗି ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
