ବିରୋଧୀ ଦଳ ନେତକୁ ଭେଟିଲେ ସୋମାଲିକା

ଫୋକସ ପ୍ଲସ 19/2/23( ବ୍ୟୁରୋ): ବିରୋଧୀ ଦଳନେତା ଜୟ ନାରାୟଣ ମିଶ୍ରଙ୍କୁ ଭେଟିଲେ ଚର୍ଚିତ ବିଧାୟକ ବିଜୟ ଶଙ୍କର ଦାସଙ୍କ ବାନ୍ଧବୀ ସୋମାଲିକା ଦାସ । ଜୟ ନାରାୟଣ ମିଶ୍ରଙ୍କୁ ସେ ଭେଟିବା ସହ ତାଙ୍କ ଅଭିଯୋଗର ତଦନ୍ତ ଠିକ ଭାବରେ ହେଉନାହିଁ ବୋଲି ସୋମାଲିକା କହିଛନ୍ତି ।

ସବୁ ପ୍ରମାଣ ଥିବା ସତ୍ତ୍ୱେ ବିଧାୟକ ବିଜୟ ଶଙ୍କର ଶାସକ ଦଳର ହୋଇଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ଏବଂ ମତେ କେବଳ କୋର୍ଟ ଓ ପୋଲିସର ଚକ୍କର କାଟିବାକୁ ପଡୁଛି । ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ଉଠାଇବାକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସୋମାଲିକା ଅନୁରୋଧ କରିଛନ୍ତି l

ପୂର୍ବରୁ ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ସୋମାଲିକା ଆଜି ଜୟ ନାରାୟଣ ମିଶ୍ରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ।ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାକୁ ୨୧ ଦିନ ପୂରିଛି ।

ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିବା କହିଛନ୍ତି ସୋମାଲିକା । ତାହା ସହ ବିଜେଡିରେ ସମସ୍ତେ କ୍ଲିନ ଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି କହି କଟାକ୍ଷ କରିଛନ୍ତି ।

Leave a Reply

Your email address will not be published. Required fields are marked *