ଫୋକସ ପ୍ଲସ 15/11/22( ଜେନାପୁର):ଧର୍ମଶାଳା ନିର୍ବାଚନ ମଣ୍ଡଳୀ ର 11ନମ୍ବରଜୋନ ର ବିଶାଳ ପଦଯାତ୍ରା ରେ ବିରୋଧୀ ଶିବିର ରେ କମ୍ପନ ସୃଷ୍ଟି। ଆଜି ସକାଳ ଆଠ ଘଟିକା ସମୟ ରେ ମର୍ଜତା ପୂର୍ ହିଙ୍ଗୁଳା ପଡିଆ ରେ ଶେଷ ଦିନର ବିରାଟ ଜନସମ୍ପର୍କ ପଦଯାତ୍ରା ରେ ଆନୁଷ୍ଠାନିକ ଭାବେ ଯୋଗ ଦେଲେ ଧର୍ମଶାଳା ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ,ପୂର୍ବତନ ଯାଜପୁର ସାଂସଦ ଶ୍ରୀମତୀ ରିତା ତରାଇ ଓ ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ କୁମାର ବଳବନ୍ତରାୟ । ଏହି ପଦଯାତ୍ରା ରେ ଧର୍ମଶାଳା ବିଜୁଜନତା ଦଳ ସଭାପତି ,ଯୁବବିଯେଡି ସଭାପତି ,ମହିଳା ବିଯେଡି ସଭାପତି ,ଛାତ୍ର ବିଯେଡ଼ି ସଭାନେତ୍ରି,ଗାର୍ଲ୍ସ ୱିଙ୍ଗ ସଭାନେତ୍ରୀ ,ଧର୍ମଶାଳା ନିର୍ବାଚନମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ସମସ୍ତ ସରପଞ୍ଚ ,ସମିତି ସଭ୍ୟ ସଭ୍ୟା, ସମସ୍ତ ପଞ୍ଚାୟତ ସଭାପତି ଓ ହଜାର ହଜାର ବିଜୁ ଦନତା ଦଳର କର୍ମୀ ସାମିଲ ହୋଇଥିଲେ । ଏଥିରୁ ସ୍ପଷ୍ଟ ବାରିହୋଇ ପଡୁଥିଲା ଧର୍ମଶାଳା ରେ ପ୍ରଣବ ଙ୍କ ଲୋକ ପ୍ରୀୟତା ।ଏହି ପଦଯାତ୍ରା ରେ ବିଧାୟକ ଶ୍ରୀ ବଳବନ୍ତରାୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଶା ସରକାର ଙ୍କ ଜନହିତକର କାର୍ଯକ୍ରମ ସଫଳ ରୂପାୟନ କରି ସାଧାରଣ ଲୋକଙ୍କ ପହଞ୍ଚାଇବାର ବାର୍ତ୍ତା ଦେଇଥିଲେ ।
ବିଯୁଜନତାଦଳ ର ଜନ ସଂପର୍କ ପଦଯାତ୍ରା
