ଫୋକସ ପ୍ଲସ(ବ୍ରହ୍ମପୁର): ବ୍ରହ୍ମପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ଦାବିରେ ଓଡ଼ିଶା ଡେଭଲପମେଣ୍ଟ ଫୋରମ୍ ସହ ଅନ୍ୟ ସାମାଜିକ ସଂଗଠନର ମିଳିତ ଆନୁକୂଲ୍ୟରେ ଖଲିକୋଟ କଲେଜ ସମ୍ମୁଖରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଅଛି। କେନ୍ଦ୍ର ସରକାର କ଼ଂ ସହମତି ଥିବା ସତ୍ତ୍ବେ ରାଜ୍ୟ ସରକାର ବ୍ରହ୍ମପୁର ରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେବାକୁ ଉଦାସୀନତା ଦେଖାଉଛନ୍ତି । ଜୟପୁର ଠାରେ ବିମାନ ବନ୍ଦର ପ୍ରତିଷ୍ଠା ହେଲା ଅଥଚ ଦକ୍ଷିଣ ଓଡ଼ିଶା ର ପ୍ରାଣକେନ୍ଦ୍ର ବ୍ରହ୍ମପୁର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ସାମାଜିକ କର୍ମୀ ମାନେ ସ୍ବର ଉତ୍ତୋଳନ କରି ଖଲିକୋଟ କଲେଜ ଠାରୁ ଅନ୍ନପୂର୍ଣ୍ଣା ଛକ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ଏବଂ ଖୁବ୍ ଶୀଘ୍ର ଯଦି ରାଜ୍ୟ ସରକାର ଦାବି ପୂରଣ କରୁନାହାନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବାକୁ ଚେତାବନୀ ଦେଇଥିଲେ। ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଜିଲ୍ଲା ରେ ଶିଳ୍ପାୟନ, ଉତ୍ତମ ସ୍ୱାସ୍ଥ୍ୟ ସେବା, ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି, ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି, ଯୁବକ ଯୁବତୀ ମାନଙ୍କୁ ରୋଜଗାର ଏଭଳି ବିବିଧ କ୍ଷେତ୍ରରେ ବିକାଶ ହୋଇପାରିବ ବୋଲି ଫୋରମ୍ ଉପସଭାନେତ୍ରୀ ଶ୍ରୀମତୀ ବବିତା ପାତ୍ର କ଼ଂ ସମେତ ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଫୋରମ୍ ସଂମ୍ପାଦକ ସୋମେଶ୍ୱର ରାଓ, ପ୍ରିତିଶ ପାଣିଗ୍ରାହୀ, ଆବାହକ ସନ୍ତୋଷ କୁମାର ସାହୁ, କାର୍ଯ୍ୟକାରିଣୀ ସଦସ୍ୟ ବାଳକୃଷ୍ଣ ସାମନ୍ତରାୟ, ପ୍ରକାଶ ଭଜନୀ, ରମେଶଚନ୍ଦ୍ର ସାହୁ, ଉପକୋଷାଧ୍ୟକ୍ଷ କିରଣ କୁମାର ପଣ୍ଡା, ଦିଲ୍ଲିପ ମହାପାତ୍ର, ଅନୁରାଧା ସାହୁ, ବିଷ୍ଣୁ ପ୍ରିୟା, ନିବେଦିତା ପାଢ଼ୀ, ସସ୍ମିତା ସାହୁ, ହୃଷିକେଶ ପାତ୍ର, ସରିତା ପଣ୍ଡା, ରବିନାରାୟଣ,ଗୈରିପ୍ରସାଦ ମହାନ୍ତି,ମିଲନ ସିଂ,ରାଜିବ ପାତ୍ର, ବାସୁଦେବ ସାହୁକାର , ଆଦିତ୍ୟ ପ୍ରସାଦ ରଥ, ଶ୍ରୀନିବାସ ରାଓ,ସନାତନ ସାହୁ, ପ୍ରଶାନ୍ତ ମହାପାତ୍ର କ଼ଂ ସମେତ ବହୁ ସଂଖ୍ୟାରେ ସାମାଜିକ କର୍ମୀ ଉପସ୍ଥିତ ଥିଲେ।
ବ୍ରହ୍ମପୁରରୁ କାଳୀ ପ୍ରସାଦ ରଥଙ୍କ ରିପୋର୍ଟ