ବିବେକାନନ୍ଦକେନ୍ଦ୍ର ଭୁବନେଶ୍ୱରରେ ଅନୁଷ୍ଠିତ ହେଲା ଦୁଇଦିନିଆ ପାଠ୍ୟକ୍ରମ ସଂୟୋଜକ ସମ୍ମିଳନୀ |

ଫୋକସ ପ୍ଲସ ୨୦/୧/୨୩(ଭୁବନେଶ୍ୱର):ଭାରତୀୟ ପୁନର୍ବାସ ପରିଷଦ ,ଯାହା କେନ୍ଦ୍ର ସରକାରଙ୍କର ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏକ ବୈଧାନିକ ସଂସ୍ଥା | 20-21 ଜାନୁଆରୀରେ ଦୁଇ ଦିନିଆ ପାଠ୍ୟକ୍ରମ ସଂୟୋଜକ ସମ୍ମିଳନୀ-2023 (ପୂର୍ବାଞ୍ଚଳ) ବିବେକାନନ୍ଦ କେନ୍ଦ୍ର ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି | ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସାଇନ୍ସ (ଆଇଏଚ୍ଏସ୍) ପକ୍ଷରୁ ଭୁବନେଶ୍ୱର ଡକାଯାଇଥିଲା | ସ୍ବୀକୃତି ନିୟମର ସମୀକ୍ଷା ସିଆରଇ, CRR ଏବଂ ସାର୍ଟିଫିକେଟ ଏବଂ ଡିପ୍ଲୋମା ସ୍ତରର ପାଠ୍ୟକ୍ରମର ସମ୍ପୂର୍ଣ୍ଣ ପରୀକ୍ଷା ପ୍ରକ୍ରିୟାକୁ ସୁଦୃଢ଼ କରିବା |ଭାରତରେ ସ୍ୱତନ୍ତ୍ର ଶିକ୍ଷା ଓ ଭିନ୍ନକ୍ଷମ ଥଇଥାନ ପାଠ୍ୟକ୍ରମକୁ ପ୍ରୋତ୍ସାହନ ଦେବା ଲାଗି ଏକ ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ | ଏହି ସମ୍ମିଳନୀକୁ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିଥିଲେ। ଡଃ ସୁବୋଧ କୁମାର, ପୂର୍ବତନ ସଦସ୍ୟ ସଚିବ, ଆରସିଆଇ,ପ୍ରଫେସର ସତ୍ୟ ମହାପାତ୍ର, ପ୍ରତିଷ୍ଠାତା, (ଆଇଏଚଏସ) ଭୁବନେଶ୍ୱର ଏବଂ ସଦସ୍ୟ, ସାଧାରଣ ପରିଷଦ, ଆରସିଆଇ, ଅନିତା ନନ୍ଦ,ZCC (ପୂର୍ବାଞ୍ଚଳ)ର ଆବାହକ ,ଡ଼ଃ ରାଜେଶ କୁମାର ବର୍ମା,(Asst director), ସନ୍ଦୀପ ଠାକୁର (ପରୀକ୍ଷା ନିୟନ୍ତ୍ରକ,RCI), ଶ୍ରୀ ଏମ.ପି. ଗୁପ୍ତା ଏବଂ ଅନ୍ୟ ବିଶିଷ୍ଟ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆରସିଆଇର ଅନୁମୋଦିତ ପ୍ରଶିକ୍ଷଣ ପ୍ରତିଷ୍ଠାନର ପାଠ୍ୟକ୍ରମ ସଂୟୋଜକଙ୍କ ସମେତ 82 ଜଣ ସଦସ୍ୟ ଆଞ୍ଚଳିକ ସମନ୍ୱୟ ସମିତି (ଜେଡସିସି) – ପୂର୍ବାଞ୍ଚଳ ଏବଂ ଆଇଏଚଏସର ଅଧିକାରୀ ମାନେ ଯୋଗ ଦେଇଥିଲେ | ବିଭିନ୍ନ ପ୍ରଦେଶ ଯଥା ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଝାଡ଼ଖଣ୍ଡ , ଛତିଶଗଡ଼, ମଣିପୁର, ମେଘାଳୟ, ମିଜୋରାମ, ଓଡ଼ିଶା, ତ୍ରିପୁରା, ପଶ୍ଚିମବଙ୍ଗ, ସିକିମ୍, ନାଗାଲାଣ୍ଡ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |

Leave a Reply

Your email address will not be published. Required fields are marked *