ବିପଦ ସଂକେତ ଉପରେ ବଂଶଧାରା ନଦୀ

ଫୋକସ ପ୍ଲସ(ପାରଳାଖେମୁଣ୍ଡି)୧୬/୦୮/୨୦୨୨: ବର୍ତ୍ତମାନ ସୁଦ୍ଧା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବଂଶଧାରା ନଦୀ, ପୋଡୋଶୀ ଆନ୍ଧ୍ର ପ୍ରଦେଶର ଶ୍ରିକାକୁଲମ ଜିଲ୍ଲାରେ ଥିବା ଗୋଟା ବେରେଜ ଜଳ ନିଷ୍କାସନ ପ୍ରକିୟା ଶେଷ ସୀମାରେ । ବେରେଜର ନିଷ୍କାସନ କ୍ଷମତା ଅନୁଯାୟୀ ସର୍ବାଧିକ ୪୦୦୦୦ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ବେଳେ ଏବେବି ବଂଶଧାରା ନଦୀରେ ଜଳ ଧିରେ ଧିରେ ବୃଦ୍ଧି ପାଉଛି , ଦିନ ତମାମ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବର୍ତ୍ତମାନ ଜଳସ୍ତର ଆକଳନ ଠାରୁ ବୃଦ୍ଧି ପାଇ ୫୫.୪୩ ରେ ପହଞ୍ଚିଛି । ଉପରେ ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି । ଅପରାହ୍ନ ରେ ଜଳସ୍ତର ବୃଦ୍ଧି ପାଇପାରେ ବୋଲି ଆକଳନ କରିଛି ବିଭାଗ |

ପାରଳାଖେମୁଣ୍ଡି,ଗଜପତି ରୁ ପ୍ରେମାନନ୍ଦ ପଣ୍ଡା ଙ୍କ ରିପୋର୍ଟ ଫୋକସ୍ ପ୍ଲସ୍ ।

Leave a Reply

Your email address will not be published. Required fields are marked *