ବିଧାନସଭା ବଜେଟ୍‌ ଅଧିବେଶନ;୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁରୀ ବିଲ ଜରିଆରେ ଗୃହରେ ପାରିତ କରାଯିବ।

ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ  ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବିପର୍ଯ୍ୟସ୍ତ ଆଇନ ଶୁଙ୍ଖଳା ପରିସ୍ଥିତି, ବିଧାନସଭାରେ ଶାସକ ଦଳର ଏକଛତ୍ରବାଦ ନୀତି, ବଜେଟ ଅର୍ଥ ଖର୍ଚ୍ଚ ନହେବା, SC/ST OBC ପାଇଁ ସଂରକ୍ଷଣ , ସୁଭ୍ରଦା ଯୋଜନାରେ ସରକାର ରାଜ୍ୟର ମାଆମାନଙ୍କୁ ପ୍ରତାରଣା ଦେଇଥିବା କଥା ଉଠାଇବା ସହ ମହିଳାମାନେ   ଅସୁରକ୍ଷିତ ପ୍ରସଙ୍ଗ ବି ଉଠାଇବ ବିଜେଡି l ଏହାସହ ନିର୍ବାଚନରେ ଦେଇଥିବା ପ୍ରତିଶ୍ରୃତିକୁ ପାଳନ କରିବାକୁ ଦଳ ଦାବି କରିବ। ବାକି ଶାଗମାଛ ଦରରେ ବକ୍ସସାଇଡର ବଡ଼ ବଡ଼ କମ୍ପାନୀକୁ ବିକ୍ରି ଷଡଯନ୍ତ୍ର, କୋଟିଆ , ପୋଲାଭରମ , ମହାନଦୀ ଜଳ ସମସ୍ୟା ଆଦି ପ୍ରସଙ୍ଗକୁ ବ୍ୟୟ ମଞ୍ଜୁର ବିଲ ଆଲୋଚନାରେ ଉଠାଇ ସରକାରଙ୍କୁ ଜବାବ ମାଗିବ ବିଜେଡି ।

Leave a Reply

Your email address will not be published. Required fields are marked *