ଫୋକସ ପ୍ଲସ (ଭଣ୍ଡାରିପୋଖରୀ) ୨୦/୬/୨୦୨୨ : ବିଦ୍ୟୁତ ବିଭାଗର ଅବେହେଳା ଯୋଗୁ ଚାଲିଗଲା ନିରୀହ ଜୀବନ, ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ କାଉପୁର ପଞ୍ଚାୟତର ଶିରାପୁର ଗ୍ରାମର ଲକ୍ଷ୍ମଣ ସାହୁଙ୍କ ଏକମାତ୍ର ପୁତ୍ର ସୁବାଷ ସାହୁ, ବୟସ(47) ବିଦ୍ୟୁତ ତାର ସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ବେଳେ ,ମୃତ ସୁବାଷଙ୍କ ଦୁଇ ଝିଅ ଗୋଟିଏ ଛୋଟ ପୁଅ ମଧ୍ୟ୍ୟ ଥିବା ଜଣାପଡିଛି, ମୃତ ହୋଇଯାଇଥିବା ସୁବାଷଙ୍କ ପରିବାରର ଏକ ମାତ୍ର ରୋଜକାରିଆ ଥିଲେ ସେ ଯାହା ରୋଜଗାର କରୁଥିଲେ ସେଥିରେ ସାତଜଣ କୁଟୁମ୍ବଙ୍କୁ ଖାଇବା ପାଇଁ ଆହାର ଦେଉଥିଲେ ବିଦ୍ୟୁତ ବିଭାଗର ଏହି ଭଳି ଖାମ ଖିଆଲି ନିତି ପାଇଁ ଆକାଳରେ ଚାଲି ଗଲା ଯୁବକଙ୍କ ଜୀବନ, ତେବେ ସୁବାଷଙ୍କ ଅକାଳ ବିୟୋଗ ରେ ଏହି ପରିବାର ଟି ଭାଙ୍ଗି ପଡ଼ିଥିବା ବେଳେ, ଗ୍ରାମ ବାସି ଏହି ପରିବାର ଟିକୁ ଆଶ୍ୱାସନା ଦେବା ପାଇଁ ପାଞ୍ଚଲକ୍ଷ ଟଙ୍କା ଓ ପରିବାର ରେ ଜଣକୁ ଚାକିରୀ ଦେବା ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି,ତେବେ ପ୍ରଶାସନ ଏହାର ତୁରନ୍ତ ଉପଯୁକ୍ତ ତଦନ୍ତ କରି ମୃତ ବ୍ୟକ୍ତି ର ପରିବାର କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ମାନେ ଦାବି କରିଥିବା ଦେଖିବାକୁ ମିଳିଛି
