ବିଦ୍ୟାଳୟରେ ଦିଆଯାଉଛି ବାସି ଏବଂ ପୋକ ଖାଦ୍ୟ

ଫୋକସ ପ୍ଲସ (ଭଦ୍ରକ)୨୧/୦୭/୨୦୨୨: ଭଦ୍ରକ ଜିଲ୍ଲା ବାସୁଦେବପୁର ମୁନିସିପାଲିଟି ଅନ୍ତର୍ଗତ ରାଧାକାନ୍ତପୁର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପିଲାଙ୍କୁ ଦିଆଯାଉଛି ବାସି ଏବଂ ପୋକରା ସାଲୁ ବାଲୁ ମଧ୍ୟାହ୍ନ ଭୋଜନ | ବାରମ୍ବାର ଅଭିଯୋଗ ସତ୍ୱେ କୌଣସି ଉଚପଦସ୍ତ ଅଧିକାରୀ କର୍ଣ୍ଣପାତ କରୁନାହାନ୍ତି ବୋଲି ଛାତ୍ର ଛାତ୍ରୀ ଅଭିଯୋଗ କରିଛନ୍ତି | ଅଭିଭାବକ ଏବଂ ପିଲାଙ୍କ କହିବା ମୁତାବକ ପୂର୍ବରୁ ଆମ ସ୍କୁଲ ରେ ରୋଷଇ କରି ରନ୍ଧା ଖାଦ୍ୟ ଦିଆଯାଉଥିଲା ଠିକ ଥିଲା, ଯେବେଠୁ ଦାମୋଦର ଜୀଉ ସେବାୟତନ ନାମକ ଠିକା ସଂସ୍ଥା ଖାଦ୍ୟ ଯୋଗାଣ କରୁଛି ସେବେଠୁ ଆମକୁ ଏମିତି ନିମ୍ନ ମାନର ଖାଦ୍ୟ ମିଳୁଛି, ସେଥିପାଇଁ ପିଲା 2 ଦିନ ହେଵ ମଧ୍ୟାହ୍ନ ଭୋଜନ ଖାଇ ନାହାଁନ୍ତି | ଆଜି ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା, ବାସି ଖାଦ୍ୟ ସହିତ ଦିନ 1ଟା ସମୟରେ କଞ୍ଚା ଅଣ୍ଡା ଆଣି ଖାଦ୍ୟ ଯୋଗାଣ କାରି ଠିକା ସଂସ୍ଥା ପହଂଚି ଥିଲା |ଖାଦ୍ୟ ପହଂଚିବା ପରେ ଖାଦ୍ୟ ର ଏପରି ନିମ୍ନ ମାନ ଦେଖି ଅଭିଭାବକ ଏବଂ ପିଲା ବିରୋଧ କରିବା ସହିତ ଖାଦ୍ୟ ନ ଖାଇବାକୁ ନିଷ୍ପତି ନେଇଥିଲେ ଏବଂ ସେ ଖାଦ୍ୟ କୁ ବାହାରେ ଢାଳି ଦେଇଥିଲେ |

Leave a Reply

Your email address will not be published. Required fields are marked *