ବିଦେଶରୁ ଫେରି ପାରୁ ନାହାଁନ୍ତି ସ୍ୱାମୀ

ଫୋକସ ପ୍ଲସ 27/2/23(ଖୋର୍ଦ୍ଧା): କିଏ ଆଣି ଦେବ ମୋ ବାବୁଙ୍କୁ ଆଉ ଫେରିବେ କି ନାହିଁ ମୋ ବାବୁ , ମୁଁ କାହାକୁ ନେଇ ଏବେ ସଂସାର କରିବି , ମୋ ପୁଅ କାହାକୁ ଡାକିବ ଏବେ ବାବା ବୋଲି । ରୋଜଗାର କରିବା ପାଇଁ ବେଦେଶକୁ ଯାଇଛନ୍ତି ଯେ ଆଉ ଖୋଜ ଖବର ନାହିଁ । ନାଁ ଫୋନରେ ଯୋଗାଯୋଗ ହୋଇ ପାରୁଛି ନାଁ କିଏ ଖବର ଦେଉଛନ୍ତି । ଖାଲି ବ୍ୟସ୍ତ ବ୍ୟସ୍ତ ଲାଗୁଛି ଘରେ ଚୁଲି ଲାଗୁନି ଖାଇବା ପିଇବା ସମସ୍ତେ ଭୁଲି ଗଲେଣି । ଏ ଘଟଣା ହେଉଛି ଦର୍ଶକ ବନ୍ଧୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ସୁନ୍ଦରପୁର ଗ୍ରାମ ପଞ୍ଚାୟତର ଝିଅ ବିବାହ କରିଥିବା ପୁରୀ ଜିଲ୍ଲା କଣାସ ଥାନା ବିଣ୍ଡିପୁର ଅଞ୍ଚଳର ।

ମହିଳା ଜଣକ ଏବେ ବାପ ଘରେ ଆଶ୍ରୟ ନେଇ ଏ ଅଫିସ ରୁ ସେ ଅଫିସ ଦୌଡୁଛନ୍ତି ନିଜ ସ୍ୱାମୀଙ୍କୁ ଭିଟା ମାଟିକୁ ଫେରାଇ ଆଣିବା ପାଇଁ । ହେଲେ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନ ହେଉ ବା ରାଜନେତା କେହିବି ଶୁଣୁ ନାହାଁନ୍ତି । ମହିଳା ଜଣକ ନିନୁ ଜୟସିଂହ କହିବା କଥା ଜାନୁଆରୀ ୯ ତାରିଖରୁ ମୋ ସ୍ୱାମୀ ପ୍ରଶାନ୍ତ ଜୟସିଂହ ଗଲେ ଜାନୁଆରୀ ୨୨ ତାରିଖରେ ଶେଷଥର ପାଇଁ ଫୋନରେ କଥା ହୋଇଛି, ଆଉ ତାପର ଦିନଠୁ ଆଉ କୌଣସି ଯୋଗାଯୋଗ ହୋଇ ପାରିନାହିଁ, ଥରେ ମାତ୍ର କହିଥିଲେ ଜାନୁଆରୀ ୨୨ ତାରିଖରେ ଦେହ ଅସୁସ୍ଥ ଅଛି ମେଡିକାଲରେ ଚିକିତ୍ସିତ ହେଉଛି ଏତିକି କହି ଫୋନ ରଖିଥିଲେ।

ଶେଷ ଫୋନ କଲ ପରେ ଘରର ସମସ୍ତଙ୍କୁ ଦୁଃଖ ଆଣି ଦେଇଥିଲା ,ସେଇ ଦୁଃଖ ଆଜି ପର୍ଯ୍ୟନ୍ତ ଲାଗି ରହିଛି ଯେ ଆଉ ଘରକୁ ଫେରୁନି କୌଣସି ସୁଖର ବାର୍ତ୍ତା ବିଦେଶକୁ ଯାଇଥିବା ସାଉଥ ଆରବ ଦେଶକୁ ପ୍ରଶାନ୍ତ ଜୟସିଂହ କୁ ଅପେକ୍ଷା କରିଛି ଚତୁର୍ଥ ଶ୍ରେଣୀ ପ୍ରଭଞ୍ଜନ ଜୟସିଂହ , ପ୍ରଭଞ୍ଜନ ଜୟସିଂହ କହିବା କଥା ଆଉ କିଏ କହିବ ଭଲ ପାଠ ପଡ଼ିବ ଭଲ ମଣିଷ ହେବ ବୋଲି ବାବା କୁହନ୍ତି ।

ହଁ ଦର୍ଶକ ବନ୍ଧୁ ଏହି ଘଟଣାକୁ ଦେଖିଲେ ଲାଗୁଛି ବିଦେଶକୁ ଯାଇଥିବା ପ୍ରଶାନ୍ତ ଜୟସିଂହ ଏବେ କେମିତି କେଉଁଠାରେ ଥିବେ ,ଦର୍ଶକ ବନ୍ଧୁ ନିଉଜ୍ ଟିକୁ ଏତେ ମାତ୍ରାରେ ସେୟାର କରନ୍ତୁ ଯାହାକି ସରକାରଙ୍କ ନିକଟରେ ପହଁଚିଲେ ହୁଏତ ପରିବାରର ସୁଖ ଫେରି ଆସିବ । ଆମର ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ ଏତିକି ନିବେଦନ ଏହି ପରିବାରକୁ ଦୟା କରନ୍ତୁ ଓ ପରିବାରର ସୁଖ ଫେରାଇ ଆଣନ୍ତୁ ।

 

Leave a Reply

Your email address will not be published. Required fields are marked *