ବିଡିଓ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ୪୩ଜଣ ବିଡିଓଙ୍କ ବଦଳି କରାଯାଇଛି । ଚନ୍ଦ୍ରମଣି ନାଗ ରାଜବଡ଼ାସମ୍ବରରୁ ଟିଟିଲାଗଡ଼ ବଦଳି ହୋଇଛନ୍ତି । ସେହିପରି ଆକାଶ ପଣ୍ଡା ହେଲେ ଆଠଗଡ଼ ବିଡିଓ । ରାହୁଲ ମଣ୍ଡଳ ହେଲେ ଢେଙ୍କାନାଳ ସଦର ବିଡିଓ ।
ସାଗର ଚନ୍ଦ୍ର ମୁର୍ମୁ ହେଲେ ମୟୂରଭଞ୍ଜ ବିଷୋଇ BDO । କଲ୍ୟାଣ ସୌରଭ ଦାଶ ହେଲେ ହିନ୍ଦୋଳ ବିଡିଓ । ଅନ୍ୟପଟେ ଅବନ୍ତିକା ସାହୁଙ୍କୁ ଯାଜପୁର କୋରେଇ ବିଡିଓ ଭାବେ ବଦଳି କରାଯାଇଛି ।