ବିଜୟ ଧାରା ଜାରି ରଖିଲା ଭାରତୀୟ ପୁରୁଷ ହକି ଟିମ

ପ୍ୟାରିସ ଅଲିମ୍ପିକ୍ସରେ ଆଜି କମାଲ୍ କରିଛି ଭାରତୀୟ ପୁରୁଷ ହକି ଟିମ । ଆୟର୍ଲ୍ୟାଣ୍ଡକୁ ୨-୦ ଗୋଲରେ ହରାଇ ବିଜୟ ଧାରା ଜାରି ରଖିଛି । ଅଧିନାୟକ ହରମନପ୍ରୀତ ସିଂହ ଦୁଇଟି ଯାକ ଗୋଲ ଦେବାରେ ସଫଳ ହୋଇଛନ୍ତି । ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ଓ ପରେ ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ସହ ସ୍ଥିତି ଡ୍ର ହୋଇଥିଲା । ବର୍ତ୍ତମାନ ଭାରତ ପରବର୍ତ୍ତୀ ଦୁଇଟି ମୁକାବିଲାରେ ବେଲଜିୟମ ଏବଂ ଅଷ୍ଟ୍ରେଲିଆ ସହ ମୁକାବିଲା କରିବ ।

ମ୍ୟାଚ୍‌ ସମୟରେ ଭାରତୀୟ ଟିମ୍ ଆୟର୍ଲ୍ୟାଣ୍ଡ ଉପରେ ଚାପ ପକାଇବାରେ ସକ୍ଷମ ହୋଇଥିଲା। ଖେଳର ପ୍ରଥମ ୪ ମିନିଟ ମଧ୍ୟରେ ଦଳକୁ ପ୍ରଥମ ଭାରତୀୟ ଦଳକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା। କିନ୍ତୁ ଏହାକୁ ହରମନପ୍ରୀତ କୌର ଗୋଲରେ ପରିଣତ କରିପାରି ନଥିଲେ। କିନ୍ତୁ ପରେ ୧୧ ତମ ମିନିଟରେ ଭାରତୀୟ ଟିମକୁ ଗୋଲ ଦେବାର ଭଲ ସୁଯୋଗ ମିଳିଥିଲା। ଆୟର୍ଲ୍ୟାଣ୍ଡ ଖେଳାଳି ଡି’ ଭିତରେ ମନଦୀପ ସିଂହଙ୍କୁ ଫାଉଲ ମାରିଥିଲେ । ଫଳରେ ଭାରତକୁ ପେନାଲ୍ଟି ଷ୍ଟ୍ରୋକ ମିଳିଥିଲା। ଦଳ ପକ୍ଷରୁ ହରମନପ୍ରୀତ ସିଂହ  ଏହାକୁ ଗୋଲରେ ପରିଣତ କରିବା ସହ ଭାରତକୁ ୧-୦ ରେ ଆଗୁଆ ରଖିଥିଲେ ।

ଦ୍ୱିତୀୟ ଏବଂ ତୃତୀୟ କ୍ୱାର୍ଟରରେ ମ୍ୟାଚ ଜୋରଦାର ହେବା ପରେ ୪ର୍ଥ କ୍ୱାର୍ଟରରେ ଆୟର୍ଲ୍ୟାଣ୍ଡ ଆଟାକିଂ ମୁଡରେ ଖେଳିଥିବା ଦେଖିବାକୁ ମିଳିଥିଲା । ଦଳ ଭାରତର ଡିଫେନ୍ସ ଭାଗକୁ ଭେଦ କରିବା ସହ ବାରମ୍ବର ଡି’ରେ ଏଣ୍ଟ୍ରି କରିଥିଲା । ଏଥିସହ ଏକାଧିକ ପିସି ମଧ୍ୟ ଦଳକୁ ମିଳିଥିଲା। ଗୋଲକିପର ଶ୍ରୀଜେଶ ଆୟର୍ଲ୍ୟାଣ୍ଡର ସବୁ ପ୍ଲାନକୁ ଫେଲ୍ କରି ଭାରତକୁ ୨-୦ରେ ମ୍ୟାଚ୍‌କୁ ଆଗେଇବାରେ ସଫଳ ହୋଇଥିଲେ ।

Leave a Reply

Your email address will not be published. Required fields are marked *