ଫୋକସ ପ୍ଲସ(ସାନଖେମୁଣ୍ଡି)୧୦/୦୮/୨୦୨୨:ଆଜି ଯାଜପୁର ଜିଲ୍ଲା ବଡଚଣା ବ୍ଳକ ଚଣ୍ଡିଖୋଲ ଛକରେ ବଡଚଣା ବିଜେପି ଯୁବ ମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ହର୍ ଘର୍ ତ୍ରିରଙ୍ଗା କାର୍ଯ୍ୟକ୍ରମ ନିମନ୍ତେ ଏକ ସଭା ଅନୁଷ୍ଠିତ ହୋଇଯାଇଛି।ସଭା ଆରମ୍ଭରେ ବଡଚଣା ବିଜେପି ନେତା ତଥା ରାଜ୍ୟ ବିଜେପି ସଂପାଦକ ଶ୍ରୀଯୁକ୍ତ ଅମର ନାୟକ ଏକ ବିରାଟ ମଟର ସାଇକେଲ୍ ଶୋଭାଯାତ୍ରାରେ ପ୍ରସିଦ୍ଧ ଶୈବପିଠ ମହାବିନାୟକ ମନ୍ଦିର ନିକଟରୁ ଚଣ୍ଡିଖୋଲ ଛକ ସଭା ସ୍ଥଳ ପର୍ଯ୍ୟନ୍ତ ଆସିଥିଲେ ।ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଏହି ରାଲିରେ ୧୫୦୦ରୁ ଉର୍ଦ୍ଧ ବାଇକ ଯୋଗ ଦେଇଥିଲେ।ସବୁ ବାଇକରେ ତ୍ରିରଙ୍ଗା ପତାକା ଲଗାଯାଇଥିଲା। ଏହି ସଭାରେ ସଭାପତିତ୍ୱ କରିଥିଲେ ଜିଲ୍ଲା ଯୁବ ମୋର୍ଚାର ସାଧାରଣ ସଂପାଦକ ପ୍ରିତମ କୁମାର ନାୟକ।ଏଥିରେ ମୂଖ୍ୟ ଅତିଥି ଯୋଗଦାନ କରିଥିଲେ ରାଜ୍ୟ ଯୁବମୋର୍ଚା ସଭାପତି ଶ୍ରୀ ଇରାଶିସ୍ ଆଚାର୍ଯ୍ୟ ଜିଲ୍ଲା ଯୁବମୋର୍ଚା ସଭାପତି ବିଶ୍ୱଜିତ ରାଜ୍,ରାଜ୍ୟ ଯୁବମୋର୍ଚା ପ୍ରଭାରୀ ଶ୍ରୀ ଶଶାଙ୍କ ରାଜ, ଜିଲ୍ଲା ଯୁବମୋର୍ଚା ପ୍ରଭାରୀ ଅମୃତ ସ୍ୱାଇଁ,ରାଜ୍ୟ ସମ୍ପାଦକ ଶ୍ରୀ ବିକ୍ରମ ବିଶ୍ୱାଳ,ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ଶ୍ରୀ ସ୍ବଦେଶ ସ୍ବାଇଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ବିଶ୍ୱଜିତ୍ ସିଂହ।ଜିଲ୍ଲା ସାଧାରଣ ସଂପାଦିକା ଦେବଜାନୀ ପ୍ରଧାନ,ଓ ଅନେକ ରାଜ୍ୟ ଓ ଜିଲ୍ଲା ସ୍ତରୟ ବିଜେପି ନେତୃ ମଣ୍ଡଳୀ।ସବୁ ନେତୃମଣ୍ଡଳୀ ସଭାସ୍ଥଳରେ ଭାରତ ମାତାକୀ ଜୟ ଧ୍ୱନୀରେ ପ୍ରକମ୍ପିତ କରିବା ସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଲୋକଙ୍କୁ ବୁଝାଇବା ସହ ଆଗାମି ନିର୍ବାଚନରେ ବଡଚଣା ବିଜେପି କିପରି ବିପୁଳ ଭୋଟରେ ବିଜୟ ଲାଭ କରିବ ସେଥିପାଇଁ କର୍ମି ମାନଙ୍କୁ ଉପଦେଶ ଦେଇଥିଲେ ଓ ଆଗାମୀ ତା ୧୩/୧୪/୧୫ ରିଖ କିପରି ଘରେ ଘରେ ଭାରତୀୟ ଜାତୀୟ ପତକା ଉତ୍ତୋଳନ ହେବ ସେ ବିଷୟରେ ସମସ୍ତ ବଡ଼ଚଣା ବାସୀଙ୍କୁ ନିବେଦନ କରିଛନ୍ତି।
ବଡ଼ଚଣା ରୁ ବିଷ୍ଣୁ ଚରଣ ସାହୁଙ୍କ ରିପୋର୍ଟ ଫୋକସ ପ୍ଲସ |