ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କରୱାଲ ନଗର ଆସନରେ ଏକ ରାଲିରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଆମ୍ ଆଦମୀ ପାର୍ଟି ଓ କଂଗ୍ରେସକୁ ଟାର୍ଗେଟ କରିଥିଲେ। ଏହି ରାଲିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମଞ୍ଚରେ ପହଞ୍ଚିବା ପରେ ପଟପଡ଼ଗଞ୍ଜ ଆସନରୁ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂ ନେଗି ତାଙ୍କ ପାଦ ଛୁଇଁଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ରବିନ୍ଦ୍ର ନେଗିଙ୍କ ପାଦକୁ ଛୁଇଁଥିଲେ।
ବିଜେପି କର୍ମୀଙ୍କୁ ମଞ୍ଚଉପରେ ମୁଣ୍ଡିଆ ମାରିଲେ ପ୍ରଧାନମନ୍ତ୍ରୀ ଭାଇରଲ ହୋଉଛି ଭିଡିଓ।
