ବିଜେପିର ପାର୍ଟି ପାୱାର ଦେଖାଇ ସାଧାରଣ ଜନତାଙ୍କୁ ହତ୍ୟାର ଧମକ ସହିତ ଦୁର୍ବ୍ୟବହାର ।

ଫୁଲବାଣୀ୧୮/୦୨/୨୦୨୪: ବିଜେପିର ପାର୍ଟି ପାୱାର ଦେଖାଇ ସାଧାରଣ ଜନତାଙ୍କୁ ହତ୍ୟାର ଧମକ ସହିତ ଦୁର୍ବ୍ୟବହାର ଦେଖାଉଛନ୍ତି କନ୍ଧମାଳ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚାର ଭାଇସ ପ୍ରେସିଡେଣ୍ଟ ବିଶ୍ବରଂଜନ ଦାସ ନିଜର ବିଜେପି ପାର୍ଟି ପାୱାର ଦେଖାଇ ଫୁଲବାଣୀରେ ଗୋଟିଏ ଇନ୍ସୁରାନ୍ସରେ କାର୍ଯ୍ୟରତ ମନୋରଞ୍ଜନ ନାୟକଙ୍କୁ ହତ୍ୟାର ଧମକ ଦେବା ସହ ଅସଭ୍ୟ ଗାଳି ଗୁଲଜ କରି ଧମକାଉଛନ୍ତି କାରଣ ମନୋରଞ୍ଜନ ନାୟକ ବାହାରୁ ଆସି ଏଠାରେ ଇନ୍ସୁରାନ୍ସରେ କାମ କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବେଳେ ବାଧକ ସାଜି ବିଶ୍ୱରଞ୍ଜନ ଦାସ କାହିଁକି ଏଠାରେ ତୁ ଇନ୍ସୁରାନ୍ସ କରୁଛୁ କହି ହତ୍ୟା ଧମକ ଦେଇଛନ୍ତି । ଯାହା ଫଳରେ ବର୍ତ୍ତମାନ ମନୋରଞ୍ଜନ ନାୟକ ଘରୁ ବାହାରିବାକୁ ମଧ୍ୟ ଡରୁ ଥିବାର ଦେଖିବାକୁ ମିଳିଅଛି ।

Leave a Reply

Your email address will not be published. Required fields are marked *