ସୂଚନାଯୋଗ୍ୟ, ଦିନକ ପୂର୍ବରୁ ଲେଖାଶ୍ରୀ ସାମ୍ବାଦିକ ସମ୍ମିଳନୀରେ କହିଥିଲେ,, ସରକାର, ବର୍ଷ ଏକ ଶୋଷଣ ଅନେକ, ଭାଷଣ ଅନେକ। ବାଲେଶ୍ୱର ଜିଲ୍ଲାର ଅନେକ ନିର୍ବାଚନ ମଣ୍ଡଳୀରେ ଆଇନ ଶୃଙ୍ଖଳା ନାହିଁ। ରଥଯାତ୍ରା, ବିଏମସିରେ ଅରାଜକତା ଚାଲିଛି। ୨୦୨୪ପୂର୍ବରୁ ଯେଉଁ ପରି ଭାବେ ନବୀନ ପଟ୍ଟନାୟକଙ୍କ ଶାସନ ସୁରୁଖୁରୁରେ ଚାଲିଥିଲା, ତା ପରେ ଡବଲ ଇଞ୍ଜିନ ସରକାର ଡବଲ ଧୋକା ଡବଲ ଦୁର୍ନୀତିରେ ଚାଲିଛି। ନୀଳଗିରି ବିଜେପି ବିଧାୟକଙ୍କ ଛତ୍ରଛାୟାରେ ଅପରାଧର ଚରାଭୂଇଁ ଚାଲିଛି।
ଗତ ଜୁନ ୧୫ରେ ନୀଳଗିରି ବ୍ଲକ ଟେଲିପାଡ଼ ପଞ୍ଚାୟତରେ ବିଶାଳ ଦନ୍ତା ହାତୀକୁ ମାରି ଅମୂଲ୍ୟ ଦାନ୍ତ ଲୁଟ୍ କରିଛନ୍ତି। ତଦନ୍ତ କରି ବନ ବିଭାଗ ଜାଣିଲା ଯେ, ଅଭିଯୁକ୍ତମାନେ ବିଧାୟକ ସନ୍ତୋଷ ଖଟୁଆଙ୍କଙ୍କ ଫାର୍ମ ହାଉସରେ ଲୁଚି ଥିଲେ, ଯାହା ଦର୍ଶାଉଛି ଯେ ହାତୀ ଦାନ୍ତ ତସ୍କରୀରେ ବିଧାୟକଙ୍କ ହାତ ଅଛି। ହାତୀ ସଂରକ୍ଷଣ ଆଇନ ଅନୁସାରେ ଜେଲ୍ ଦଣ୍ଡ ଓ ଫାଇନ ହୁଏ । ଚାରି ଜଣ ଗିରଫ ହୋଇଛନ୍ତି। ହେଲେ ଯେଉଁ ଫାର୍ମ ହାଉସରେ ଲୁଚିଥିଲେ, ତାହାର ମାଲିକ ଏବେ ଵି ମୁକୁଳାରେ ବୁଲୁଛନ୍ତି। ସନ୍ତୋଷ ଖଟୁଆ ଗିରଫ ହୋଇ ନାହାନ୍ତି। ବୋଧେ ଶାସକ ଦଳ ବିଧାୟକ ବୋଲି ଏପରି ଛୁଟ୍ ମିଳିଛି।