ଫୋକସ ପ୍ଲସ (ହାଟଡ଼ିହି)୨୭/୦୬/୨୦୨୨: ରାଧେ ରାଧେ ତୁମର ଅଧାକୁ ମୋର ଅଧେ।ଆଦର୍ଶ ଗ୍ରାମରେ ଆଦର୍ଶ କାମ, ବାହାର ଚକଚକିଆ ଭିତର ଖୋଳ ।ହାଟଡ଼ିହି ବ୍ଳକ ଆମ୍ବୁଅ ପଞ୍ଚାୟତ ଶଙ୍ଖୁଅ ଗ୍ରାମର ବାଲିଆ ସାହିରେ ‘ଆମ ଗାଁ ଆମ ବିକାଶ’ ଗୃହ ଛାତ ନ ପଡି ଉଠିଛି ସମ୍ପୂର୍ଣ୍ଣ ବିଲ। ମାନ୍ୟବର ମୁଖ୍ୟମନ୍ତ୍ରୀ ପ୍ରତ୍ୟକ ପଞ୍ଚାୟତ ର ଉନ୍ନତି ପାଇଁ ପ୍ରତ୍ୟକ ୱାର୍ଡକୁ ଗୋଟିଏ ଲେଖାଏଁ ‘ ଆମ ଗାଁ ଆମ ବିକାଶ’ ଗୃହ ନିର୍ମାଣ କରିବା ପାଇଁ କାର୍ଯ୍ୟାଦେଶ ଦେଇଥିଲେ।ଦୁଃଖର ବିଷୟ ଆମ୍ବୁଅ ପଞ୍ଚାୟତ ଶଙ୍ଖୁଅ ବାଲିଆ ସହିରେ ନିର୍ମିତ ହୋଇଥିବା ‘ଆମ ଗାଁ ଆମ ବିକାଶ’ ଗୃହ ଭିତରେ ଛାତ ନପଡ଼ି ଚତୁରତାର ସହିତ କେବଳ ବାରଣ୍ଡା ଓ କନିସ ରେ ଛାତ ପକାଇ ଚୂନ ମାରି ହୋଇଛି ସମ୍ପୂର୍ଣ୍ଣ ବିଲ।ନାଁ ଅଛି ଫଳକ ନାଁ ହୋଇଛି କାନ୍ଥ ପ୍ଲାସ୍ଟର। ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକରେ ଦେଖିବା ପାଇଁ ମିଳିଛି ବିନାଶର ଚିତ୍ର।ବିଲଫର୍ମ ଓ ୩୮ ନମ୍ବର ଏମବି ର ପେଜ ନମ୍ବର ୧୦୮ରେ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ଦସ୍ତକତରେ ଉଠିଛି ଟଙ୍କା। କାର୍ଯ୍ୟ ସମ୍ପୂର୍ଣ୍ଣ ନ କରି କିପରି ହୋଇଛି ଵିଲ।ବ୍ଳକ ର ଉପରସ୍ଥ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚି ସୃଷ୍ଟି କରିଛି।ତୁରନ୍ତ ଏହାର ତଦନ୍ତ କରି କାର୍ଯ୍ୟ କୁ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।
ହାଟଡ଼ିହିରୁ ଦେବବ୍ରତ ବେହେରାଙ୍କ ରିପୋର୍ଟ ଫୋକସ ପ୍ଲସ |