ଗଞ୍ଜାମ: କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା କୁ ପ୍ରଚାର ପ୍ରସାର କରିବା ପାଇଁ ପାତ୍ରପୁର ବ୍ଳକ ର ବିଭିନ୍ନ ପଂଚାୟତ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ ଭ୍ରମଣ କରୁଥିବା ବେଳେ ଆଜି ଜରଡା ପଂଚାୟତ ରେ ସ୍ୱାଗତ କରଯାଇଛି। ସାରଥୀ ମନ୍ଦିର ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମ ରେ ସରପଞ୍ଚ ତିଳ ବେହେରା ପ୍ରଦୀପ ପ୍ରୋଜଳନ କରି ରଥ କୁ ସ୍ଵାଗତ କରିଥିଲେ। ନୋଡାଲ ଅଫିସର ଭାବେ ଏ ବି ଡି ଓ ବିଜୟ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନରେ ଜାତୀୟ ସଙ୍ଗୀତ ଗାନ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସଂଗୀତ ନୃତ୍ୟ ପରିବେଷଣ କରା ଯାଇଥିଲ। । କଳାକାର ଭଗବାନ ବାଡତ୍ୟା, ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସାହୁ, ମେଧାବୀ ଛାତ୍ରୀ ସ୍ଵାତୀ ସାହୁ ଜଣେ ଉଜ୍ଜଳା ହିତାଧିକାରୀ ଓ ଜଣେ ଗର୍ଭବତୀ ଙ୍କୁ ବି ଡି ଓ ସୁମନ ସୁଦ୍ଧା କୁଣ୍ଡୁ ସମ୍ମାନିତ କରିଥିଲେ । ରଥ ରେ ଥିବା ଏଲ୍ ସି ଡି ମାଧ୍ୟମ ରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ର ଉପାଦେୟତା ପ୍ରଦର୍ଶନ କରା ଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ସମିତି ସଭ୍ୟ ସନ୍ତୋଷ କୁମାର ପ୍ରଧାନ, ସ୍ବେଚ୍ଛାସେବୀ ଆନନ୍ଦ ବେହେରା , ପଂଚାୟତ ନିର୍ବାହୀ ଅଧିକାରୀ ମୋହନ ରାଓ, ଜି ଆର୍ ଏସ ବାବୁଲା ପ୍ରଧାନ , ଯୋଗାଣ ସହାୟକ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ , ସି ଆର ସି ସି ଲିଟୁ ପାତ୍ର ଙ୍କ ସମେତ ଏମ ବି କେ, ସି ଆର ପି, ଅଙ୍ଗନୱାଡ଼ି କର୍ମୀ,ପ୍ରାଣୀ ମିତ୍ର, କୃଷି ମିତ୍ର, ଶିକ୍ଷକ, ଶିକ୍ଷୟତ୍ରୀ ଏସ ଏଚ୍ ଜି ମହିଳା ଓ ବିଭାଗୀୟ କର୍ମଚାରୀ ମାନେ ଯୋଗ ଦେଇଥିଲେ। ନାଏବ ସରପଞ୍ଚ ମାଧବ ବାଡତ୍ୟା ପରିଚାଳନା କରିଥିଲେ।
ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥ କୁ ସ୍ଵାଗତ
