ଫୋକସ ପ୍ଲସ 12/3/23(ବ୍ୟୁରୋ): ନିଜର ଏମଆରପି ବଢାଇବା ପାଇଁ ମୂଳ ଠାରୁ ଚୂଳ ପର୍ଯ୍ୟନ୍ତ କିଛି ବି ଛାଡୁନାହାଁନ୍ତି କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ । ଅଭିନେତାଙ୍କ ଡେଲି ଲାଇଫକୁ ନେଇ ନିଜର ଏମଆରପି ବଢାଇବାର ଉତ୍କୃଷ୍ଟ ଉପାୟ ମିଳିଯାଇଛି ଏଭଳି କିଛି ଥାର୍ଡକ୍ଲାସ ମିଡିଆଙ୍କୁ । ଗଣମାଧ୍ୟମ ସଂସ୍ଥା କ’ଣ ସେକଥାକୁ ନବୁଝି କେବଳ ଚ୍ୟାନେଲରେ ମନଇଛା ଖବର ପ୍ରସାରଣ କରି ଟଙ୍କା ରୋଜଗାରରେ ଲାଗିଛନ୍ତି ଏହି ମିଡିଆ ସଂସ୍ଥା ଗୁଡିକ । ଲୋକଙ୍କ ସମସ୍ୟା ପଛେ ଚୁଲିକୁ ଯାଉ କିନ୍ତୁ ମୋ ବ୍ୟାଙ୍କ ଆକାଉଂଟ କେବେ ଖାଲି ନହେଉ । ଏହା ହିଁ ଆଜିକାଲିର ତଥାକଥିତ ଗଣମାଧ୍ୟମ ସଂସ୍ଥା ଗୁଡିକର ଟ୍ୟାଗଲାଇନ ପାଲଟିଗଲାଣି । କେଉଁ ହିରୋ କାହାକୁ ଛାଡପତ୍ର ଦେଲେ କାହାର କାହା ସହ ଆଫେୟାର ଚାଲିଲା, ସେନେଇ ଲୋକଙ୍କ ପାଖରେ ଏକ୍ସକ୍ଲ୍ୟୁସିଭ ଭିଜୁଆଲ ପହଂଚାଇବାରେ ଏମାନେ ଟିକେ ବି ବିଳମ୍ବ କରନ୍ତିନି । ତେବେ କେନ୍ଦ୍ରାପଡା ସାଂସଦ ଅନୁଭବ ଓ ବର୍ଷାଙ୍କୁ ନେଇ ଗୁଡାଏ ଦିନ ନିଜ ଚ୍ୟାନେଲରେ ଖବର ପ୍ରସାରଣ କରି ବେଶ କିଛି ଟଙ୍କା କମାଇବା ସହ ଏମଆରପିରେ ବି ଉପରକୁ ଉଠିଥିଲେ ଏହି ଗଣମାଧ୍ୟମ ସଂସ୍ଥା ଗୁଡିକ । ତେବେ ପୁଣିଥରେ ଅନୁଭବ ଓ ବର୍ଷାଙ୍କୁ ନେଇ ନାଟତାମସା କରିବାପାଇଁ ଏମାନଙ୍କୁ ମିଳିଯାଇଛି ଏକ ସୁବର୍ଣ୍ଣ ସୁଯୋଗ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଅନୁଭବ ବର୍ଷାଙ୍କୁ ପ୍ରତିମାସରେ ୩୦ହଜାର ଟଙ୍କା ଭରଣପୋଷଣ ବାବଦରେ ଦେବାର ଥିଲା । କିନ୍ତୁ ଏମାସରେ ଅନୁଭବ ବର୍ଷାଙ୍କୁ କେତେ ଟଙ୍କା ଦେଲେ ଆଉ କାହିଁକି ଦେଲେ ସେନେଇ ବର୍ଷାଙ୍କ ଠାରୁ ଅଧିକ ଏମାନଙ୍କ ମୁଣ୍ଡ ବିନ୍ଧା ହେଉଛି । ଅନୁଭବ ବର୍ଷାଙ୍କୁ କାହିଁକି ୩୦ହଜାର ନଦେଇ ୨୯ହଜାର ୮୯୯ ଟଙ୍କା ଦେଲେ ସେନେଇ ବର୍ଷାଙ୍କର ସେତେବି ସମସ୍ୟା ନଥିବ ଯେତିକି ଏମାନେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି । କିନ୍ତୁ ସାଧାରଣ ଲୋକଙ୍କ ସମସ୍ୟାକୁ ସରକାର ଏବଂ ପ୍ରଶାସନ ନିକଟରେ ପହଂଚାଇବା ପାଇଁ ଥିବା ଗଣମାଧ୍ୟମ ସଂସ୍ଥା ବର୍ଷାଙ୍କ ଏଭଳି ନ୍ୟୁଜ ଦେଖାଇବା ଦ୍ୱାରା ସାଧାରଣ ଲୋକଙ୍କର କ’ଣ ଫାଇଦା ହେବ ସେକଥା ତ ସେହି ଗଣମାଧ୍ୟମ ସଂସ୍ଥାକୁ ହିଁ ଜଣାଥିବ । ତେବେ ମାତ୍ର ୧୦୧ ଟଙ୍କାକୁ ନେଇ ଚ୍ୟାନେଲରେ ଏତେ ହାଇଲାଇଟ କରାଇ ଖବର ଦେଖାଇବାର ମାନେ କ’ଣ । ଏଭଳି ଖବର ଦେଖିସାରିବା ପରେ ତ ଏମିତି ଲାଗୁଛି ଯେମିତି କି ବର୍ଷାଙ୍କର ସେହି ବାକି ୧୦୧ ଟଙ୍କାରେ ଏମାନଙ୍କ ସଂସ୍ଥା ଚାଲିଥାନ୍ତା । ସେ ଯାହାବି ହେଉ, ନିଜର ଏମଆରପି ବଢାଇବା ପାଇଁ ସେଲିବ୍ରିଟି ମାନେ କାଶିବା ଠାରୁ ଛିଙ୍କିବା ପର୍ଯ୍ୟନ୍ତ ସବୁ ଉପରେ ଆପଣ ଟିକନିକ ନଜର ରଖିଥିବାରୁ ଆପଣଙ୍କୁ ତ ସିନେ ଆସୋସିଏସନ ତରଫରୁ ଆୱାର୍ଡ ମିଳିବା କଥା । ତେବେ ଧନ୍ୟ ଆପଣଙ୍କ ନଜର ଆଉ ଧନ୍ୟ ଆପଣଙ୍କ ଖବର ।
ବାଳୁଙ୍ଗା ଟୋକାକୁ ନେଇ ମିଡିଆ କରୁଛି ବାଳୁଙ୍ଗାମି
