ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନ କୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା ।

ବାଲେଶ୍ୱର17/11/2023; ବାଲେଶ୍ଵର ଜିଲ୍ଲା ଜଳେଶ୍ବର ବିଜେପି ପକ୍ଷରୁ ଶାସକ ଦଳର ମନମୁଖୀ ଶାସନ କୁ ବିରୋଧ କରି ବ୍ଲକ ସମ୍ମୁଖରେ ଧାରଣା । ଯୋଗଦେଲେ ସାଂସଦ।ସୂଚନା ଅନୁସାରେ ରାଜ୍ୟ ବିଜେପି ସଭାପତି ଙ୍କ ଆହ୍ବାନ କ୍ରମେ ଓଡ଼ିଶା ସରକାରଙ୍କ ମନମୁଖୀ ଶାସନ ଓ ସରକାରୀ କର୍ମଚାରୀ ଙ୍କ ଶାସକ ଦଳ ପ୍ରୀତି କୁ ବିରୋଧ କରି ସାରା ଓଡ଼ିଶାର ସମସ୍ତ ବ୍ଲକ୍ ସମ୍ମୁଖରେ ଭ୍ରଷ୍ଟାଚାର ହଟାଓ ସମାବେଶ ଅନୁଷ୍ଠିତ ହେଉଥିବା ବେଳେ। ଜଳେଶ୍ଵର ବିଜେପି ପକ୍ଷରୁ ଆଜି ବାରଟା ସମୟରେ ଡାକବଙ୍ଗଳା ଠାରୁ ବ୍ଲକ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଉପସଭାପତି ପ୍ରବୀର ପ୍ରଧାନ, ନଗର ସଭାପତି ଫାଲଗୁନୀ ପାଣିଗ୍ରାହୀ ଙ୍କ ସମେତ ବହୁ ଯୁବ ନେତୃତ୍ବ ଆସି ବ୍ଲକ ସମ୍ମୁଖରେ ଧାରଣା ସହ ବିଖ୍ଯୋଭ କରିଥିଲେ ଏବଂ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଥିଲେ।

Leave a Reply

Your email address will not be published. Required fields are marked *