କନ୍ଧମାଳ୨୪/୦୨/୨୦୨୪: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ପରିସରରେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡ଼ର ଭିତ୍ତିଭୂମି ସୁଦୃଢ଼ କରିବା ନିମନ୍ତେ ଆଭାସୀ ମଧ୍ୟମାରେ ଇନଡୋର ଷ୍ଟାଡିୟମ ଶିଳାନ୍ୟାସକୁ ଲୋକାର୍ପିତ କରିଛନ୍ତି ।ଏହି କାର୍ଯ୍ୟକ୍ରମ ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ହୋଇଥିବା ବେଳେ ବାଲିଗୁଡା ଅଂଚଳରେ ମଧ୍ୟ ଏହି ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ବାଲିଗୁଡା ମାନ୍ୟବର ବିଧାୟକ ଚକ୍ରମଣି କଁହର ଶିଳାନ୍ୟାସ କରିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମର ଶୁଭ ଅବସରରେ ଉପ ଜିଲ୍ଲାପାଳ ଡ଼ ରୀନା ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନି ମଲିକ ,ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରାଧନ,ଉପଖଣ୍ଡ ଲୋକ ସୂଚନା ଓ ସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା ,ବାଲିଗୁଡା ବିଡିଓ ସମେତ,କୋଠାବାଡ଼ି ନିର୍ମାଣ ଅଧିକାରୀ ,ଅତିରିକ୍ତ ଉପ ଜିଲ୍ଲାପାଳ ବାଲିଗୁଡା ବିଭିନ୍ନ ଅନ୍ୟ ବିଭାଗ ପଦାଧିକାରୀ,ସହରର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ବିଭିନ୍ନ ସ୍କୁଲର ଛାତ୍ର ଛାତ୍ରୀ ତଥା ସାମ୍ବାଦିକ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।