ବାଲିଗୁଡାରେ ବିଜୁ ବୋଟିଙ୍ଗ ପଏଣ୍ଟ ଉଦଘାଟିତ, ପରିତ୍ୟକ୍ତ ପୋଖରୀରୁ ସୌନ୍ଦର୍ଯ୍ୟ କରଣ କଲେ ଉପଜିଲ୍ଲାପାଳ |

କନ୍ଧମାଳ୨୮/୦୧/୨୦୨୪: କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ରେ ବିଜୁ ବୋଟିଙ୍ଗ ପଏଣ୍ଟ ଆରମ୍ଭ ହୋଇଛି | ବାଲିଗୁଡା ଉପଜିଲ୍ଲାପାଳ ତଥା ନିର୍ବାହୀ ଅଧିକାରୀ ମଧୁମିତାଙ୍କ ପ୍ରଚେଷ୍ଟାରେ ବାଲିଗୁଡା ଏନଏସି ରେ ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେଇଥିଲେ | ସେଥି ମଧ୍ୟରୁ ବାଲିଗୁଡା ବସଷ୍ଟାଣ୍ଟ ନିକଟରେ ପରିତ୍ୟକ୍ତ ଅବସ୍ଥା ରେ ଥିବା ଦୁଇ ପୋଖରୀର ବିକାଶ କାର୍ଯ୍ୟ ସୁରୂପ ପୂର୍ବରୁ ଶିବ ଷ୍ଟାଚୁ ଓ ସେଲ୍ଫି ପଏଣ୍ଟ କାର୍ଯ୍ୟ ହୋଇ ଥିବାବେଳେ ଆଜି କଦଳୀ ବନ୍ଧରେ ବିଜୁ ବୋଟିଙ୍ଗ ପଏଣ୍ଟର ଶୁଭାରମ୍ଭ ହୋଇଛି | ଏହି କାର୍ଯ୍ୟକ୍ରମକୁ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସାଂସଦ ପ୍ରତିନିଧି ଟୁନାଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଳିକ, ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଉପାଧ୍ୟକ୍ଷା ଶାନ୍ତିକୁମାରୀ ନାୟକଙ୍କ କରକମଲରେ ଉଦଘାଟିତ ହୋଇଛି | ଏଥି ସହିତ ଆଦିବାସୀ ମହାବିଦ୍ୟାଳୟ ନିକଟରେ ଆଦିବାସୀ ସେଲ୍ଫି ପଏଣ୍ଟ ର ମଧ୍ୟ ଶୁଭ ଉଦଘାଟନ ହୋଇଛି |ଏଥିରେ ବାଲିଗୁଡା ବିଧାୟକ ପ୍ରତିନିଧି ଅବନୀକାନ୍ତ ନାୟକ,କାଉନସିଲର ନାରାୟଣ ଡାକୁଆ, ଶଶୀକୁମାର ଦିଗାଳ ବିଭୂତି ଲହରିଆ,ରାଜେଶ୍ୱର ମଳିକ ହରପ୍ରିୟା ତ୍ରିପାଠୀ, ମିନତୀନାୟକ,ରୀନାକୁମାରୀ ପଣ୍ଡା, ଗୀତା ମଳିକ ସମେତ ସିଟିମିଶନ ମ୍ୟନେଜର ସୁଧାଂଶୁମୋହନ ହୋତା ସମେତ ଏନଏସି କର୍ମଚାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *