ଫୋକସ ପ୍ଲସ(ବ୍ରହ୍ମପୁର)୧୬/୦୯/୨୦୨୨: ବାରାହ ଉପଦ୍ରବରୁ ଚାଷୀଙ୍କ ଫସଲ ରକ୍ଷା ଓ ଚାଷୀର ଆବଶ୍ୟକ ଅନୁସାରେ ସାର ଯୋଗାଣ ନିମନ୍ତେ ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ ପକ୍ଷରୁ |ରଙ୍ଗେଇଲୁଣ୍ଡା ବ୍ଲକ ର ଅଧିକାଂଶ ଗ୍ରାମର ଚାଷୀ ଜଙ୍ଗଲ ପଶୁ ବାରାହାର ଉପଦ୍ରବ ଯୋଗୁଁ ଅଧିକାଂଶ ସମୟ ଚାଷୀ ଫସଲର କ୍ଷତି ସହୁଛନ୍ତି , ଧାନ ଫସଲ ଓ ପରିବା ଫସଲ ଜମିକୁ ବାରାହା ଆସି ମାଟି ଖୋଳି ପରିବା ଗଛ ଉପାଡ଼ି ଦେଉଥିବା ବେଳେ ଧାନ ଗଛକୁ ଦଳି ଚକଟି କାଦୁଅରେ ମିଶାଇ ଦେଇ କ୍ଷତି କରିଦେଉଛନ୍ତି । ଜଙ୍ଗଲି ଜନ୍ତୁ ଉପଦ୍ରବ ଯୋଗୁଁ ମନ୍ତ୍ରୀଡ଼ୀ , ବିଶ୍ବନାଥପୁର , ମେଣ୍ଡାଜପୁର , ଇନ୍ଦ୍ରାକ୍ଷୀ , ଶାସନପଦର , ଗ୍ରାମପଂଚାୟ ସମେତ ଫୁଲଟା , କମଳାପୁର , କରାପଲ୍ଲି ସମେତ ସମସ୍ତ ଗ୍ରାମପଂଚାୟତ ଅଞ୍ଚଳରେ ମଧ୍ୟ ଚାଷୀ କ୍ଷତି ହେଉଛନ୍ତି l ସଂପର୍କରେ ସରକାରୀ ବନ ବିଭାଗ , ବି.ଡ଼ି.ଓ. ଙ୍କୁ ବହୁ ବାର ଅଭିଯୋଗ କଲେ ସୁଦ୍ଧା କିଛି ପ୍ରତିକାର ନିଆଯାଉନାହିଁ | ସେହିଭଳି ବ୍ଳକର ବିଭିନ୍ନ ଅଞ୍ଚଳରେ ଅଧିକାଂଶ ଚାଷୀ ଆବଶ୍ୟକ ହେଉଥିବା ସାର ସରକାର ଯୋଗାଉ ନାହାନ୍ତି ଯାହାଫଳରେ ଚାଷୀ ବଜାରରୁ ଅଧିକ ଦାମ ଦେଇ ସାର କିଣିଛନ୍ତୁ। ବିଭିନ୍ନ ସମବାୟ ସମିତି ସାର ଚାଷୀଙ୍କୁ ଠିକ୍ ସମୟରେ ଯୋଗାଇ ପାରିଲେ ନାହିଁ । ଠିକ୍ ମୂଲ୍ୟରେ ଓ ଠିକ୍ ସମୟରେ ସାର ଯୋଗାଇବା ପାଇଁ ବ୍ୟବସ୍ଥା କରିବାପାଇଁ ଦାବୀ କରିଥିଲା ରଙ୍ଗେଇଲୁଣ୍ଡା ବ୍ଲକ କଂଗ୍ରେସ |
