ବାରବାଟୀରେ ନିରାଶ ହେଲେ ସୁଧିର ଚୌଧୁରୀ

ଫୋକସ ପ୍ଲସ 13/6/22(ବ୍ୟୁର):କିମ୍ବଦନ୍ତୀ କ୍ରିକେଟର ସଚିନ୍ ତେନ୍ଦୁଲରଙ୍କ ଫ୍ୟାନ୍ ଭାବେ ଦେଶରେ କ୍ରିକେଟ୍ ଷ୍ଟାର ଏବଂ କ୍ରିକେଟ୍ ପ୍ରେମୀଙ୍କ ମହଲରେ ପରିଚିତ ସୁଧିର ଚୌଧୁରୀ ବାରବାଟୀରେ ନିରାଶ ହୋଇଛନ୍ତି । ଟି-୨୦ କ୍ରିକେଟ୍ ମ୍ୟାଚ୍ରେ ଖେଳାଳି, ଦର୍ଶକ ଏବଂ କ୍ରୀଡ଼ାପ୍ରେମୀଙ୍କୁ ଉତ୍ସାହିତ କରିବା ପାଇଁ ଆସିଥିବା ସୁଧିର ନିଜେ ନିରୁତ୍ସାହିତ ହୋଇ ପଡ଼ିଥିଲେ ।ଷ୍ଟାଡିୟମ୍ ଭିତରକୁ ତାଙ୍କୁ ଯିବା ପାଇଁ ସୁଯୋଗ ମିଳିନଥିଲା ।୧୪ ନମ୍ବର ଗେଟ୍ ପାଖରେ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଠିଆ ହୋଇଥିଲେ ହେଁ ତାଙ୍କୁ ଷ୍ଟାଡିୟମ୍ ଭିତରକୁ ଯିବାକୁ ପୁଲିସ୍ ବାରଣ କରିଥିଲା । ଓସିଏ ପକ୍ଷରୁ ତାଙ୍କୁ ଗ୍ୟାଲେରିରେ ଛଡ଼ାଯିବ ବୋଲି କୁହାଯାଇଥିଲେ ହେଁ ତାଙ୍କୁ ଷ୍ଟାଡିୟମ୍ ଭିତରକୁ ଯିବାକୁ ସୁଯୋଗ ମିଳିନଥିଲା । ଫଳରେ ସେ ଦୀର୍ଘ ଦୁଇ ଘଣ୍ଟାରୁ ଅଧିକ ସମୟ ବାହାରେ ଗୋଡ଼ ଭାଙ୍ଗି ଠିଆ ହୋଇଥିଲେ । ଓସିଏ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ୍ କଲ୍କୁ କେହି ଉଠାଇନଥିଲେ ।

Leave a Reply

Your email address will not be published. Required fields are marked *