ବଡମ୍ବା 15/01/2024: ଆଜି ବାବା ସିଂହନାଥ ପୀଠ ରେ ପାଳିତ ହେଉଛି ମକର ମେଳା। ଗତ ବର୍ଷ ସିଂହନାଥ ଙ୍କ ପୀଠରେ ମକରମେଳାରେ ଯେଉଁ ଅଘଟଣ ଘଟିଥିଲା ତାହାର ପୁନରାବୃତ୍ତି ନହେବା ପାଇଁ 11ପ୍ଳାଟୁନ ପୋଲିସ୍ ଫୋର୍ସ ମୃତୟନ୍ କରାଯାଇଛି। ତେବେ ଆଜି 4ଘଣ୍ଟିକା ସମୟ ରେ ମନ୍ଦିରର ପହଡ଼ ଖୋଲିଥିଲା। ଠାକୁରଙ୍କ ନୀତିକାନ୍ତି ସମାପନ ପରେ ଭୋର 6ସମୟ ରେ ସାଧାରଣ ଭକ୍ତ ବାବା ଙ୍କୁ ଦର୍ଶନ କରିଥିଲେ। ପୀଠ କୁ ଭକ୍ତ ମାନେ ଯିବା ପାଇଁ ସେତୁ ରୁ ମନ୍ଦିର ପର୍ଯ୍ୟନ୍ତ ବ୍ୟାରିକେଟ ବ୍ୟବସ୍ତା କରାଯାଇଛି। ଭକ୍ତ ମାନେ ଗୋଟିଏ ପଟେ ଯିବେ ଏବଂ ଗୋଟିଏ ପଟେ ଫେରିବେ ପାଇଁ ସମସ୍ତ ସୁବିଧା କରାଯାଇଛି। ଧୀରେ ଧୀରେ ଲୋକଙ୍କ ସମାଗମ ବଢୁଛି। ଯାହା ଆକଳନ କରାଯାଉଛି ପାଖା ପାଖି ଲକ୍ଷ୍ୟାଧିକ ଭକ୍ତ ଙ୍କ ସମାଗମ ହେବ। ଶାନ୍ତି ଶୃଙ୍ଖଳା ସହ ଭକ୍ତ ମାନେ ବାବା ଙ୍କୁ ଦର୍ଶନ କରିବା ସହ ମେଳାର ମଜା ନେବା ପାଇଁ ସମସ୍ତ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।
ବାବା ସିଂହନାଥ ଙ୍କ ପୀଠ ରେ ପାଳିତ ହେଉଛି ମକର ମେଳା, ୧୧ପ୍ଳାଟୁନ ପୋଲିସ୍ ଫାର୍ସ ମୃତୟନ ।
