ଫୋକସ ପ୍ଲସ (ବ୍ୟୁରୋ)୨୨/୦୭/୨୦୨୨: ରଣବୀର କପୁର ଏବଂ ଆଲିଆ ଭଟ୍ଟ ଖୁବ ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ଉଭୟ ନିଜ ପିଲାର ଆଗମନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି | ଏଭଳି ପରିସ୍ଥିତିରେ ରଣବୀର କହିଛନ୍ତି ଯେ ସେ ବାପା ହେବାକୁ ଯାଉଛନ୍ତି ଆଉ ଏହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି, ଏବଂ ଉଭୟ ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି।
କେମିତି ଚାଲିଛି ରଣବୀରଙ୍କ ପ୍ରସ୍ତୁତି ?
ରଣବୀର କପୁର କହିଛନ୍ତି,’ ମୁଁ ବର୍ତ୍ତମାନ ମୋ ପତ୍ନୀଙ୍କ ସହ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ଅଛି ।ମୁଁ ପ୍ରତ୍ୟେକ ଦିନ ଭିନ୍ନ ଭିନ୍ନ ଅଭିଜ୍ଞତା ହାସଲ କରିବାକୁ ଚେଷ୍ଟା କରୁଛି ଜଣେ ଭଲ ବାପା ହେବ ପାଇଁ|
ରଣବୀର ଯାଆଁଳା ପିତା ହେବେ କି?
ଏହାପୂର୍ବରୁ ଏକ ସାକ୍ଷାତକାରରେ ରଣବୀର କପୁର ତାଙ୍କର ଯାଆଁଳା ସନ୍ତାନ ଥିବା ସୂଚାଇ ଦେଇଛନ୍ତି।
ଆଲିଆ ଭଟ୍ଟ ଏବଂ ରଣବୀର କପୁର 14 ଏପ୍ରିଲ 2022 ରେ ବିବାହ କରିଥିଲେ। ଏହି ବିବାହରେ ଉଭୟଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଯୋଗ ଦେଇଥିଲେ। ଏହା ପରେ, ଜୁନ୍ 27 ରେ, ଆଲିଆ ତାଙ୍କ ମା ହେବାର ଖବର ନିଜ ପ୍ରଶଂସକ ସହ ସେୟାର କରିଥିଲେ |ଇନଷ୍ଟାଗ୍ରାମରେ ସୋନୋଗ୍ରାଫି କରୁଥିବାବେଳେ ଆଲିଆ ହସ୍ପିଟାଲରେ ନିଆଯାଇଥିବା ଏକ ଫଟୋ ସେୟାର କରିଥିଲେ। ଏଥିରେ ରଣବୀର କପୁର ମଧ୍ୟ ତାଙ୍କ ସହ ନଜର ଆସିଥିଲେ।
ରଣବୀର କପୁର ଖୁବ୍ ଶୀଘ୍ର ଫିଲ୍ମ ‘ଶ୍ୟାମଶେରା’ ସହିତ ବଡ ପରଦାକୁ ଫେରୁଛନ୍ତି। ଚାରି ବର୍ଷ ପରେ ଏହା ତାଙ୍କର ପ୍ରଥମ ଚଳଚ୍ଚିତ୍ର | ରଣବୀର କପୁର ‘ଶ୍ୟାମଶେରା’ରେ ଡବଲ ରୋଲ ଭୂମିକାରେ ଅଭିନୟ କରୁଛନ୍ତି। ତାଙ୍କ ସହ ଫିଲ୍ମରେ ଭାନି କପୁର ଏବଂ ସଞ୍ଜୟ ଦତ୍ତ ଅଛନ୍ତି। ଅନ୍ୟପକ୍ଷରେ ଆଲିଆ ଭଟ୍ଟଙ୍କ ସହ ତାଙ୍କୁ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ମଧ୍ୟ ଅପେକ୍ଷାରେ ରହିଛି ।ଏହା ହେଉଛି ଦମ୍ପତିଙ୍କର ପ୍ରଥମ ଚଳଚ୍ଚିତ୍ର |
ବ୍ୟୁରୋ ରିପୋର୍ଟ