ବାତ୍ୟା ମୋନ୍ଥା ଦୃଷ୍ଟିରୁ ଆନ୍ଧ୍ର ସରକାରଙ୍କ କଟକଣା

ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିଛି ‘ମୋନ୍ଥା’। ବାତ୍ୟା ମୋନ୍ଥାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭୀଷଣ ବାତ୍ୟା ମୋନ୍ଥାର ଲ୍ୟାଣ୍ତଫଲ ପ୍ରକ୍ରିୟା ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ ଏହା ୩ରୁ ୪ ଘଣ୍ଟା ଧରି ଚାଲିବ।

ଆନ୍ଧ୍ର ପ୍ରଦେଶର ମଛଲିପଟନମ ଓ କଳିଙ୍ଗପଟନମ ନିକଟ କାକିନାଡ଼ାର ପାଖାପାଖି ଅଞ୍ଚଳରେ ଏହା ସ୍ଥଳ ଭାଗ ଅତିକ୍ରମ କରୁଛି। କାକିନାଡା ଦେଇ ବାତ୍ୟା ମୋନ୍ଥା ଅତିକ୍ରମ କରୁଥିବାରୁ ପବନର ଘଣ୍ଟା ପ୍ରତି ବେଗ ୯୦ରୁ ୧୦୦ କିମି ରହିଛି। ଝଟକା ପବନ ବେଗ ଘଣ୍ଟା ପ୍ରତି ୧୧୦ କିମି ରହିଛି। ଏଥିସହ ଆନ୍ଧ୍ର ପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଥିବା ଆଇଏମଡି ପକ୍ଷରୁ କୁହାଯାଇଛି। 

ମୋନ୍ଥା ପ୍ରଭାବରେ କାକିନାଡ଼ାରେ ସମୁଦ୍ର ଅଶାନ୍ତ ହୋଇଉଠିଛି। ଉଚ୍ଚ ଉଚ୍ଚ ଜୁଆରା ରାସ୍ତାରେ ପିଟି ହେଉଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ୮ କିମିର କାକିନାଡ଼ା ଓ ଉପପଡ଼ା ବେଳାଭୂମି ରାସ୍ତା କ୍ଷତିଗ୍ରସ୍ତ ହୋଇଯାଇଛି।

Leave a Reply

Your email address will not be published. Required fields are marked *