ଭୁବନେଶ୍ବର: ଓଡ଼ିଶା ପାଇଁ ଟଳିଗଲା ବିପଦ। ଏପରିକି ଆନ୍ଧ୍ରପ୍ରଦେଶରେ ମଧ୍ୟ ସାମୁଦ୍ରିକ ଝଡ଼ ‘ମନ୍ଥା’ର ସେଭଳି ଗୁରୁତର ପ୍ରଭାବ ଦେଖିବାକୁ ମିଳିନାହିଁ। ବାତ୍ୟାର ଆଖି ନଥିବାରୁ ବଙ୍ଗୋପସାଗରରେ ସୃଷ୍ଟ ‘ମନ୍ଥା’ ଶେଷରେ ତାର ଗତିପଥ ବଦଳାଇ ଆନ୍ଧ୍ରପ୍ରଦେଶର କାକିନାଡ଼ା ପରିବର୍ତ୍ତେ ଅମଲାପୁରମ୍ ଠାରୁ ୪୫କି.ମି. ଦୂର ନରସାପୁରରେ ସ୍ଥଳଭାଗ ଛୁଇଁଥିଲା। ତେବେ ସନ୍ଧ୍ୟା ୭ଟାରୁ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ନରସାପୁରରେ ଘଣ୍ଟା ପ୍ରତି ପବନର ବେଗ ୯୦ରୁ ୧୦୦ କି.ମି. ବହିଥିଲା। ଝଟ୍କା ଘଣ୍ଟାପ୍ରତି ୧୧୦ କିମି ରହିଥିଲା। ଏହି ସମୟରେ ଆନ୍ଧ୍ରର ଉଲାଭାପାଡୁରେ ୧୬୭ ମି.ମି., କାଭାଲିରେ ୧୬୦ମି.ମି ଏବଂ ଦାଗଦର୍ଥୀରେ ୧୪୭ମି.ମି. ବର୍ଷା ହୋଇଥିଲା। ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ପ୍ରାୟ ୫ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା ବୋଲି ଭାରତ ପାଣିପାଗ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ତେବେ ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ପଡ଼ିନଥିବା ଜଣାପଡ଼ିଛି। ଏହା ମାଲକାନଗିରି ସୀମା ଛୁଇଁ ଛତିଶଗଡ଼ ମୁହଁାଇଥିବା ଜଣାପଡ଼ିଛି। ସ୍ଥଳଭାଗରେ ଏହାର ବେଗ ଘଣ୍ଟା ପ୍ରତି ୩୦କି.ମି. ରହିଥିଲା। ଦକ୍ଷିଣ ଓଡ଼ିଶାରେ କେବଳ ବର୍ଷା ସହ ୪୦ରୁ ୫୦କି.ମି. ବେଗରେ ପବନ ବହିଥିଲା। ଏହା ମାଲକାନଗିରି ସୀମାନ୍ତ ଅଞ୍ଚଳକୁ ଛୁଇଁ ଛତିଶଗଡ଼ ମୁହଁାଉଥିବା ଜଣାପଡ଼ିଛି।
