ବାତ୍ୟା ‘ଦାନା’:ଏହି ସବୁ ଜିଲ୍ଲାରେ ବର୍ଷା

ଭୀଷଣ ବାତ୍ୟା ଦାନା ପ୍ରଭାବରେ ବର୍ଷା ଆରମ୍ଭ ହୋଇଥିଲେ ବି ଗୁରୁବାର ଓ ଶୁକ୍ରବାର ଅଧାରୁ ଅଧିକ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୨୪ତାରିଖରେ ଅଧାରୁ ଅଧିକ ଓଡିଶା ଭିଜିବ । ତେବେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସେହିପରି ନୟାଗଡ଼, ଖୋର୍ଦ୍ଧା, ପୁରୀ, ଢ଼େଙ୍କାନାଳ କେନ୍ଦୁଝର ରେ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଦେବଗଡ ଓ ସୁନ୍ଦରଗଡର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ।

୨୫ ତାରିଖରେ ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଅର୍ଥାତ ଏହି ଚାରି ଜିଲ୍ଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏଥିସହ ଜଗତସିଂହପୁର କେନ୍ଦ୍ରାପଡା, କଟକ, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି । ସେହିପରି ପୁରୀ, ଖୋର୍ଦ୍ଧା, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ ଓ ଦେବଗଡର କେତେକ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।

ଆସୁଥିବା ଭୀଷଣ ବାତ୍ୟା ପ୍ରଭାବରେ ପବନର ବେଗ ଅଧିକ ରହିବ । ୨୪ତାରିଖରୁ ୨୫ତାରିଖ ପର୍ଯ୍ୟନ୍ତ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ ଜିଲ୍ଲାରେ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିମି ବେଗରେ ପବନ ବହିବ । ମୟୂରଭଞ୍ଜରେ ୮୦ରୁ ୯୦ କିମି ବେଗରେ ପବନ ବହିବ । କଟକ, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ୬୦ ରୁ ୯୦ କିମି ବେଗରେ ପବନ ବହିବ ।

କେନ୍ଦୁଝର, ପୁରୀ, ଖୋର୍ଦ୍ଧାରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ସୁନ୍ଦରଗଡରେ ୫୦ ରୁ ୭୦ କିମି, ସମ୍ବଲପୁର, ଦେବଗଡ, ଅନୁଗୁଳ, ବୌଦ୍ଧ, ନୟାଗଡ, ଗଞ୍ଜାମରେ ୪୦ ରୁ ୬୦ କିମି ବେଗରେ ପବନ ବହିବ।

Leave a Reply

Your email address will not be published. Required fields are marked *