ଫୋକସ ପ୍ଲସ 5/6/22(ଆନନ୍ଦପୁର): ବାକିଥିବା ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଅନ୍ତର୍ଗତ ଢ଼ିଙ୍କିଆ ଛକ ନିକଟରେ। ଅଭିଯୋଗ ଅନୁଯାୟୀ ଢ଼ିଙ୍କିଆ ଗ୍ରାମର ସୁରେଶ ସାହୁ ପ୍ରାୟ ୬ମାସ ପୂର୍ବରୁ ଦାଶରଥିଙ୍କ ଦୋକାନ ଘର ରଙ୍ଗ କରିଥିଲେ। ପରେ ସୁରେଶ ଦାଶରଥିଙ୍କୁ କାମ କରିଥିବା ପାରିଶ୍ରମିକ ଟଙ୍କା ମାଗିଥିଲେ କିନ୍ତୁ ଦାଶରଥି ତାଙ୍କୁ ବିଭିନ୍ନ ଆଳ ଦେଖାଇ ଠକି ଆସୁଥିଲେ। ସୁରେଶଙ୍କର ମା ଦାଶରଥିଙ୍କୁ ନିଜ ପୁଅ କାମ କରିଥିବାର ଟଙ୍କା ମାଗିବାରୁ ଦାଶରଥି ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲି। ପରେ ତାଙ୍କ ମାଆ ଆସି ଘରେ ଜଣେଇବାରୁ ସୁରେଶ ତାଙ୍କ ଦୋକାନକୁ ଯାଇ ବାକିଥିବା ଟଙ୍କା ମାଗିବାରୁ ସୁରେଶଙ୍କୁ ଦାଶରଥି ଓ ତାଙ୍କ ଭାଈ ଆକ୍ରମଣ କରିଥିଲେ। ପରେ ସୁରେଶଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏନେଇ ଟମକା ଥାନରେ ସୁରେଶ ଅଭିଯୋଗ କରିଛନ୍ତି।
ବାକି ଥିବା ଟଙ୍କା ମାଗିବାରୁ ମରଣାନ୍ତକ ଆକ୍ରମଣ
