ବସ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୋକସ ପ୍ଲସ ୧୧/୬/୨୨ (ଖଲ୍ଲିକୋଟ): ରମ୍ଭା ନିକଟରେ ଯାତ୍ରୀବାହୀ ବସ ଦୁର୍ଘଟଣା,୮ ଜଣ ଆହାତ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ । ରାୟଗଡା ରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଘରୋଇ ଯାତ୍ରୀବାହୀ ରିଲିଆନ୍ସ ବସ ରମ୍ଭା ଥାନା ଜାତୀୟ ରାଜପଥ ୧୬ ରାଜୁ ଢାବା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳୁ ରାୟଗଡ଼ାରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଘରୋଇ ଯାତ୍ରୀବାହୀ ବସଟି ରମ୍ଭା ବାଇପାସ୍ ଠାରେ ଭାରସାମ୍ୟ ହରାଇ ରାସ୍ତାରେ ଥିବା ଏକ ମାଟି ଗଦା ଉପରେ ଚଢ଼ି ଯାଇଥିଲା ଯାହା ଫଳରେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ୮ଜଣ ଯାତ୍ରୀ ଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଲିକୋଟ ମେଡିକାଲ ଭର୍ତି କରାଯାଇଥିଲା ଏବଂ ସ୍ଥାନୀୟ ବାସିନ୍ଦା ଙ୍କ ସହାୟତା ରେ କିଛି ଯାତ୍ରୀ ଙ୍କୁ ଭୁବନେଶ୍ୱର ଯିବା ବ୍ୟବସ୍ଥା ବି କରାଯାଇଛି । ସେପଟେ ଖବର ପାଇ ରମ୍ଭା ପୋଲିସ ଦୁର୍ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରିରଖିଛି ।

 

ଖଲ୍ଲିକୋଟ ରୁ ଦୀପକ କୁମାର ରଣା ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *