ବସୁନ୍ଧରା ଯୋଜନା ନାରେ ସରକାରୀ ଜମି ହଡପ, ପ୍ରଶାସନ ସାଜିଛି ନିରବ ଦ୍ରଷ୍ଟା

ଫୋକସ ପ୍ଲସ(ଲମତାପୁଟ)୦୭/୦୮/୨୦୨୨ : ଦେଶ ସ୍ଵାଧୀନତାର ୭୫ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲା ବେଳେ ମଧ୍ୟ ଲମତାପୁଟ ବ୍ଲକର ଅନେକ ଗ୍ରାମରେ ପିଇବା ପାଣି ସମସ୍ୟା ଦୂରହେଇ ପାରୁନାହିଁ । ଆଜି ପର୍ଯ୍ୟନ୍ତ ଅନେକ ଗ୍ରାମବାସୀ ଛୁଆ ପାଣି ଭରସା ରେ ରହିଛନ୍ତି । ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ଲମତାପୁଟ ବ୍ଲକ ପେଟା ପଞ୍ଚାୟତ ମୁର୍ଜା ଗ୍ରାମରେ । ଗ୍ରାମରେ ପ୍ରାୟ ୮୦ପରିବାର ବସବାସ କରୁଥିଲା ବେଳେ ପ୍ରାୟ ୩୦୦ଶହ ଜନସଂଖ୍ୟା ରହିଛି । ଗ୍ରାମରେ ମାତ୍ର ଗୋଟିଏ ନଳ କୂଅ ରହିଥିଲା ବେଳେ ସେଠାରେ ସୋଲାର ପାଇପ ଟାଙ୍କି ସଂଯୋଗ କରାଯାଇଛି । ହେଲେ ତାହା ଗ୍ରାମର ଗୋଟିଏ ସାହିର ଲୋକଙ୍କୁ ଜଳ ନିଅଁଠ ହେଉଛି । କିନ୍ତୁ ବର୍ତ୍ତମାନ ସେହି ସୋଲାର ସଂଯୋଗ ନଳ କୂପ ଖରାପ ହେଇଯାଇଥିବା ଯୋଗୁଁ ସାରା ଗ୍ରାମବାସୀ ବର୍ତ୍ତମାନ ଛୁଆର ଗୋଳିଆ ପାଣି ପିଉଛନ୍ତି । ଗ୍ରାମବାସୀଙ୍କ ସୂଚନା ମୁତାବକ ଖରାପ ହେଇଥିବା ସୋଲାର ପାଇପ ନଳକୂପ ମରାମତି ପାଇଁ ଅନେକ ଥର ବିଭାଗୀୟ ଯନ୍ତ୍ରୀ ଏବଂ କର୍ମଚାରୀଙ୍କୁ ସୂଚନା ଦେବା ସତ୍ୱେ ମଧ୍ୟ ଦୃଷ୍ଟିଦେଉ ନାହାନ୍ତି । ଗ୍ରାମର ଜଳ ସମସ୍ୟା ନେଇ ପେଟା ଗ୍ରାମ ପଞ୍ଚାୟତ ସରପଞ୍ଚ ଘେନୁ କୀର୍ଶାନିଙ୍କୁ ଯୋଗାଯୋଗ କରିବାରୁ ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କରି ଅତିଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଅନ୍ୟ ପଟରେ ବର୍ଷା ଦିନରେ ବିଶୁଦ୍ଧ ଜଳ ପିଇ ଝାଡ଼ା ବାନ୍ତି ଭଳି ମହାମାରୀ ରୋଗର ଶିକାର ହେଉଥିଲା ବେଳେ ବିଭାଗୀୟ ଅଧିକାରୀଙ୍କ ନିରିବ ଦ୍ରଷ୍ଟା ସାଜିବା ଏକ ପ୍ରଶ୍ନବାଛି ସୃଷ୍ଟି ହେଉଛି । ଗ୍ରାମବାସୀ ଜଳ ସମସ୍ୟା ନେଇ ସରପଞ୍ଚ ଠାରୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ, ବ୍ଲକ ଅଧ୍ୟକ୍ଷ ଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ବେଳେ କେତେ ଶୀଘ୍ର ମୁର୍ଜା ଗ୍ରାମର ଜଳ ସମସ୍ୟା ଦୂର କରିବାରେ ପଦକ୍ଷେପ ନେଉଛନ୍ତି ଜନ ପ୍ରତିନିଧି ତାହା ଅପେକ୍ଷା ରହିଲା ।
ସରକାର ଙ୍କ ବସୁନ୍ଧରା ଯୋଜନରେ ମାଧ୍ୟମରେ ଭୂମି ହୀନ ଏବଂ ଅଭାବୀ ଲୋକଙ୍କୁ ଏଥିରେ ଅନ୍ତଭୁକ୍ତ କରିବା କଥା କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା ଯୋଜନା ରେ ହେଉଛି ହେଲେ ସଠିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ ସୂଚନା ଥାଉକି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଦାୟିତ୍। ଯାହା ଚାରି ଦଶମିକ ପର୍ଯ୍ୟନ୍ତ ସରକାରୀ ଜମି ୧୯୭୪-୭୫ ମସିହା ପରଠାରୁ ପ୍ରତ୍ୟେକ ଗୃହହୀନ ପରିବାରକୁ ମାଗଣାରେ ଯୋଗାଇ ଦିଆଯାଉଥିଲା ।ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବାକୁ ସରକାରଙ୍କ ସର୍ବୋଚ୍ଚ ସ୍ତରରୁ କ୍ଷେତ୍ର ସ୍ତର ପର୍ଯ୍ୟନ୍ତ ଜୋରଦାର ପ୍ରୟାସ କରାଯାଉଛି। ଓଡିଶା ସରକାରୀ ଜମି ସେଟଲେମେଣ୍ଟ ଆକ୍ଟ, ୧୯୬୨ ଏବଂ ନିୟମ, ୧୯୮୩ ର ବ୍ୟବସ୍ଥା ଅନୁଯାୟୀ ଏହି ବ୍ୟବସ୍ଥା ପରିଚାଳିତ ହେଉଛି। କିନ୍ତୁ ବାସ୍ତବରେ ତାହା ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କିଛି ମୁଷ୍ଟି ମେୟ ଲୋକ ପ୍ରଶାସନ କୁ ହାତ କରି ଶହ ଶହ ଏକର ସରକାରୀ ଜମି କୁ ହାତେଇ ବାରେ ଲାଗିଛନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅଧିକ ସାଆନ୍ଦା ରାଜସ୍ୱ ଅଧିନରେ ଥିବା ଅଁଳାକଟା ଗ୍ରାମରେ । ଯୋଜନାରେ ଅନ୍ତଭୁକ୍ତ ଥିବା ଯୋଗ୍ୟ ହିତାଧିକାରୀ ଙ୍କୁ ସଠିକ ଚିହ୍ନଟ ପ୍ରକ୍ରିୟା କରିବାରେ ପ୍ରଶାସନ ର ତ୍ରୁଟି ଥିବା ସ୍ପଷ୍ଟ ବାରିପଡ଼ୁଥିଲା ବେଳେ ପ୍ରଶାସନ ର ନିରବ ଦ୍ରଷ୍ଟା ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଥମ ପର୍ଯ୍ୟାୟରେ ଗ୍ରାମର ୨୭ ଜଣଙ୍କୁ ଚିହ୍ନଟ କରି ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ ଅଧିକାଂଶ ଲୋକଙ୍କ ବାସ ଗୃହ ଜାଗା ପୈତୃକ ନାମରେ ଥିବାବେଳେ କିଛି ଲୋକଙ୍କ ନିଜ ନମରେ ମଧ୍ୟ ଘର ପଟା ଥିବା ଜଣା ପଡିଛି ।ତା ମଧ୍ୟରୁ କିଛି ପରିବାରର ଏକାଧିକ ସଦସ୍ୟ ଏଥିରେ ଅନ୍ତର୍ଭୁକ୍ତ ଥିବା ବେଳେ ଅବିବାହିତ ପିଲା ମଧ୍ୟ ଏଥିରୁ ବାଦ ପଡିନାହାନ୍ତି । ଚିହ୍ନନ ପ୍ରକ୍ରିୟା ରେ ସାନ୍ଦା ରାଜସ୍ୱ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ପରଜଙ୍ଗ ତହସିଲ ପର୍ଯ୍ୟନ୍ତ ହିତାଧିକାରି ଙ୍କୁ ଚୟନ କରି ସଠିକ ତଥ୍ୟ ରାଜ୍ୟ ସରକାର ଙ୍କୁ ପ୍ରଦାନ କରିବା ଆବଶ୍ୟକ ଥିବାବେଳେ ତାହା ବାସ୍ତବରେ କର୍ଯ୍ୟ କାରୀ ହୋଇନଥିବା ଦେଖାଦେଇଛି । ଯାହା ଦ୍ୱାରା ଯୋଗ୍ୟ ହିତାଧିକାରୀ ସରକାରଙ୍କ ଦ୍ଵାରା ଧାର୍ଯ୍ୟ କରାଯାଇଥିବା ବସୁନ୍ଧରା ଯୋଜନା ସାଧାରଣ ଲୋକଙ୍କ ପାଇଁ ସ୍ବପ୍ନ ପାଲଟିଯିବ ଏବଂ ଏହି ଯୋଜନାରେ ପରବର୍ତ୍ତୀ ସମୟରେ ଏହାର ସଠିକ ଲୋକଙ୍କୁ ଘର ପଟ୍ଟା ଦେବାପାଇଁ ସରକାରଙ୍କ ପାଖରେ ଆଉ ଉପଯୁକ୍ତ ଜାଗା ର ଅଭାଵ ଦେଖାଯିବ । ସାଆନ୍ଦା ରାଜସ୍ୱ ଅଧିନରେ ଥିବା ଏକର ଏକର ସରକାରୀ ଜାଗା ଏବେ ଜମି ମାଫିଆ ଙ୍କ କବଜାରେ ଥିବା ବେଳେ ଯାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବି ମହଲରେ ଅସନ୍ତୋଷ ଦେଖା ଦେଇ ଥିବା ଜଣା ପଡ଼ିଛି । ଘଟଣାରେ ପରଜଙ୍ଗ ତହସିଲଦାର ଏହାକୁ ସ୍ପଷ୍ଟ କରିନଥିବା ବେଳେ । ଅତିରିକ୍ତ ତହସିଲଦାର ତାଙ୍କର ମନ୍ତବ୍ୟରେ ପୂର୍ବରୁ କଣ ହୋଇଥିଲା ଜାଣି ନାହିଁ ତେବେ ଏହାର ତଦନ୍ତ କରାଯାଇ ସଠିକ ହିତାଧିକରିଙ୍କୁ ଘର ପଟ୍ଟା ଦିଆଯିବ ବୋଲି ସ୍ପଷ୍ଟ କରିଥିଲେ ।ତେବେ ସ୍ଥାନୀୟ ଗ୍ରାମବାସୀ,କୁମୁସି ଗ୍ରାମ ପଞ୍ଚାୟତ ସରପଞ୍ଚ ବଳରାମ ନାଏକ ,ସମାଜ ସେବୀ ରବିନାରାୟଣ ପଣ୍ଡା , ସ୍ଥାନୀୟ ୱାର୍ଡ ମେମ୍ବର ପ୍ରମୁଖ ଦୃଢ଼ ବିରୋଧ କରିବା ସହ ରାଜସ୍ବ ଵିଭାଗର ଏଭଳି କାର୍ଯ୍ୟ କୁ ଦୃଢ଼ ନିନ୍ଦା କରିବା ସହ ଆଗକୁ ଉପଯୁକ୍ତ ହିତାଧିକରି ଙ୍କୁ ସଠିକ ଘର ପଟ୍ଟା ପ୍ରଦାନ କରାନଗଲେ ଗ୍ରାମବାସୀ ରାଜ ରାସ୍ତା କୁ ଓହ୍ଲେଇ ବାକୁ ଧମକ ଦେଇଛନ୍ତି।

Leave a Reply

Your email address will not be published. Required fields are marked *