ବସୁଧା ଯୋଜନାରେ ହରିଲୁଟ

ଫୋକସ ପ୍ଲସ (ପୁରୀ): ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଗଡବଡ ପୁଟ ପଞ୍ଚାୟତର ବାରଦା ଗ୍ରାମ ଠାରେ ହେଉଥିବା ବସୁଧା ଯୋଜନାରେ କାର୍ଯ୍ୟଧୀନ ଥିବା ପ୍ରଙ୍କଳ୍ପକୁ ନିମ୍ନମାନର କାର୍ଯ୍ୟ କରିବା ପାଇଁ ଯନ୍ତ୍ରୀ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଛନ୍ତି ।ରାଜ୍ୟରେ ଦିର୍ଘ ୨୫ ବର୍ଷ ଶାସନକୁ ଜାବୁଡି ଧରିଥିବା ନବିନ ବାବୁ କିଭଳି ଆଖି ବୁଜିଦେଇ ବସି ପଡିଛନ୍ତି । ବିକାଶର ଡିଣ୍ଡିମ ପିଟୁଥିବା ନବୀନ ସରକାରଙ୍କ ସାଧାରଣ ବସୁଧା ଯୋଜନାକୁ ଯନ୍ତ୍ରୀ ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତେ ଲାଗିପଡିଛନ୍ତି ଲୁଟ କରିବା ପାଇଁ ।କଣାସ ବ୍ଲକ୍ ଏକ ତଳିଆ ଅଞ୍ଚଳ ହୋଇଥିଲେ ମଧ୍ୟ ଏବେ ସୁଦ୍ଧା ବିକାଶର ଛିଟା ମଧ୍ୟ ପଡ଼ିନାହିଁ। ସ୍ଵଚ୍ଚ ପିଇବା ପାଣି ପାଇଁ ଏହି ଅନୁଦାନ ରାଶି ତାହାଲେ କାହାପାଇଁ ? କେନ୍ଦ୍ରରେ ମୋଦୀ ସରକାର ରାଜ୍ୟରେ ନବିନ ସରକାର ସାଧାରଣ ଜନତାଙ୍କ ଆଖିରେ କଳାପଟି ବାନ୍ଧି ଜଦି ଦିନ ଦ୍ବିପହରରେ ଏଭଳି କାର୍ଯ୍ୟ କରିବେ ତାହାଲେ ଆମେ ଦୋଷୀ କାହାକୁ କହିବା । ଦେଖିବାକୁ ବାକି ରହିଲା ଏ ବସୁଧା ଯୋଜନାର ଅଧିକାରୀ ମାନଙ୍କ ଉପରେ କେବେ ନିଆଯାଉଛି କାର୍ଯ୍ୟ ଅନୁଷ୍ଠାନ ।

କଣାସରୁ ସୌମ୍ୟକାନ୍ତ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *