ବର୍ଷା ଭାଙ୍ଗିଲା ଦେଲା ଘର

ଫୋକସ ପ୍ଲସ (ଥୁଆମୂଳ ରାମପୁର)୨୩/୦୬/୨୦୨୨: ଗତ କିଛି ଦିନ ହେବ ଘଡ ଘଡି ସହିତ ପ୍ରବଳ ବର୍ଷା ଯାରି ରହିଛି ଯାହାଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାସ୍ତା ଘାଟ ସବୁ ଶୁନଶାନ୍ ହୋଇ ଯାଉଛି। ମୈ।ସୁମି ବର୍ଷା ର ପ୍ରଥମ ଝଲକ ରେ ବ୍ୟାପକ କ୍ଷୟକ୍ଷତି ହେଇଥିବା ଜଣା ପଡିଛି । ଏହାର ପ୍ରଭାବ ଯୋଗୁଁ ଥୁଆମୂଳ ରାମପୁର ଅଞ୍ଚଳରେ ଝିପିଝିପି ବର୍ଷା ଯାରିରହିଛି ଏହା ଦ୍ଵାରା ଚାଳଛପର କୁଡ଼ିଆ ଘରେ ବସବାସ କରୁଥିବା ସାଧାରଣ ନିରିହ ଗରିବ ଅସହାୟ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି। କାହିଁକି ନା ଯେକୈଣସୀ ସମୟ ମଧ୍ୟରେ ମଧ୍ୟ ଏଭଳି କୁଡ଼ିଆ ଘର ଗୁଡ଼ିକ ଭୁଷୁଡି ପଡିବା ର ଆଶଙ୍କା ରହିଛି। ଗୁରୁବାର ଦିନ ସକାଳେ ଲଗାଣ ବର୍ଷା ଯୋଗୁଁ ଥୁଆମୂଳ ରାମପୁର ବ୍ଲକ କିଆପଦର ଗ୍ରାମ ପଞ୍ଚାୟତ ଅଧିନସ୍ଥ ସାପମଣ୍ଡି ଗାଁ ର କାଟୁ ମାଝୀ ନାମକ ଜଣେ ବ୍ୟକ୍ତିଙ୍କ ଘର ଭୁଷୁଡି ପଡ଼ିଥିବା ସହ ଧାନ, ଚାଉଳ, ମାଣ୍ଡିଆ, ଭଳି ଅନେକ ସାମଗ୍ରୀ ଗୁଡିକ ନଷ୍ଟହୋଇ ଥିବା ଜଣାପଡିଛି। ଠିକ୍ ସେଭଳି ଏହି ଗାଁ ର ବୁଡୁମାଝୀ ଙ୍କ ଘର ମଧ୍ୟ ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ସୁଚନା ଦେଇଛନ୍ତି କିଆପଦର ଗ୍ରାମପଞ୍ଚାୟତ ର ସମିତି ସଭ୍ୟା ସରଞ୍ଜିନୀ ମାଝୀ ଏଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

Leave a Reply

Your email address will not be published. Required fields are marked *