ଫୋକସ ପ୍ଲସ (ପୁରୀ)୦୩/୦୭/୨୦୨୨: ଗତକାଲି ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତି ପହଣ୍ଡିହୋଇ ଗୁଣ୍ଡିଚାବିଜେ କରିଲେ। ପ୍ରଥମେ ମଦନମୋହନ ତାପରେ ପ୍ରଭୁ ସୁଦର୍ଶନ ପରେ ବଡଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ପହଣ୍ଡି ହେଇସାରିଲା ପରେ ଯେତେବେଳେ ମହାପ୍ରଭୁଙ୍କ ପହଣ୍ଡି ଆରମ୍ଭ ହୋଇଛି ଦିନ ଚାରିଟାରୁ ବାଦଲ ଢାଙ୍କିକରି ଥିବା ଇନ୍ଦ୍ରଦେଵ ବର୍ଷିଲେ ମହାପ୍ରଭୁ ବର୍ଷାରେ ଭିଜି ନାଚି ନାଚି ପହଣ୍ଡି ହେଉଥିବା ବେଳେ ଭଗବାନ ଙ୍କର ଏପରି ନାଚଦେଖି ଭକ୍ତମାନେ ବି ଆଣ୍ଠୁଏ ପାଣିରେ ତଳେଗଡ଼ି ଭକ୍ତିରେ ବିଭୋର ହୋଇ ସେଇ ବଡଦାଣ୍ଡର ପାଣିକୁ ଚଳ ଚଳ କରି ମହାପ୍ରସାଦ ଭାବି ପିଇ ନାଚୁଥାନ୍ତି ଏଦୃଶ୍ୟ ଯିଏ ଦେଖିଛି ସିଏ କାନ୍ଦିଛି। ମହାପ୍ରଭୁ ଶ୍ରୀଜଗନ୍ନାଥ ଗୁଣ୍ଡିଚା ବିଜକଲେ ବର୍ଷା ଆପେ ଛାଡ଼ିଗଲା। ଧନ୍ୟ ଇଏ ପ୍ରଭୁଙ୍କ ଲୀଳା।
ପୁରୀରୁ ଜଗବନ୍ଧୁ ବେହେରା ଙ୍କ ରିପୋର୍ଟ।