ବର୍ଷାରେ ବେହାଲ ବିଦ୍ୟାଳୟ ଅବସ୍ଥା

ଫୋକସ ପ୍ଲସ (ବୋରିଗୁମ୍ମା) ୦୭/୦୭/୨୦୨୨: ଶିକ୍ଷକ,ଛାତ୍ର ବର୍ଷା ପରେ ସ୍କୁଲର ଚିତ୍ର ବେହାଲ, ସ୍କୁଲ ଛାତରୁ ପାଣି ଝରୁଥିବାରୁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ର ଛାତ୍ରୀ ।ସେହିଭଳି ଆବଶ୍ୟକ ସ୍ଥାନ ନଥିବାରୁ ଖୋଲା ଆକାଶ ତଳେ ଚାଲିଛି ମଧ୍ୟାନ ଭୋଜନ । ଶିକ୍ଷା ବିଭାଗର ଏଭଳି ବିଚିତ୍ର ବ୍ୟବସ୍ଥା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ପଞ୍ଚାୟତର ବରଗାଁ ପ୍ରାଥମିକ ବିଦ୍ୟାଳୟରେ । ବହୁ ବର୍ଷ ତଳେ ନିର୍ମାଣ ହୋଇଥିବା ଆଜବେଷ୍ଟସ ଟିଣରେ ତିଆରି ହୋଇଥିବା ବିଦ୍ୟାଳୟର ମରାମତି ନ ହେଉଥିବାରୁ ଏଭଳି ଚିତ୍ର ଦେଖିବାକୁ ମିଳିଛି ବୋଲି ଆଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲ ର ଟିଣ ଆଜବେଷ୍ଟସ ଚାରି ପଟେ କଣା ହୋଇଥିବା ଯୋଗୁଁ ସାମାନ୍ୟ ବର୍ଷା ହେଲେ ଶ୍ରେଣୀ ଗୃହ ରେ ପାଣି ଜମା ରହୁଛି।ଏଣୁ ଏହି ବିଦ୍ୟାଳୟ ରେ ପାଠ ପଢୁଥିବା ଛାତ୍ରଛାତ୍ରୀ ମାନେ ବର୍ଷା ହେଲେ ଶ୍ରେଣୀ ଗୃହ ଛାଡି ବାରଣ୍ଡାରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି।ବହୁ ବର୍ଷ ତଳେ ବରଗାଁ ଗ୍ରାମରେ ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରାଯାଇଥିଲା।ପ୍ରାଥମିକ ବିଦ୍ୟାଳୟ ଟି ଟିଣ ଆଜବେଷ୍ଟସ ରେ ନିର୍ମାଣ କରାଯାଇଛି।ବିଦ୍ୟାଳୟ ଟି ପୁରୁଣା ହୋଇଥିବା କାରଣରୁ ଆଜବେଷ୍ଟସର ଚାରିପଟେ କଣା ହୋଇଯାଇଛି।ସାମାନ୍ୟ ବର୍ଷା ଯୋଗୁଁ ଶ୍ରେଣୀ ଗୃହ ଉପରୁ ପାଣି ପଡୁଛି ।ଏ ନେଇ ସ୍ଥାନୀୟ ବିଡ଼ିଓ, ସରପଞ୍ଚ ଓ ଅନ୍ୟ ଉଚ୍ଚ କତ୍ତୃପକ୍ଷ ଙ୍କୁ ଯେତେ ଗୁହାରୀ କଲେ ମଧ୍ୟ ପୁରୁଣା ଟିଣ ଆଜବେଷ୍ଟସ ବଦଳି ପାରୁନାହିଁ କି ମରାମତି ହେଉ ନାହିଁ ବୋଲି ଛାତ୍ର ଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି ।ବର୍ତ୍ତମାନ ବିଦ୍ୟାଳୟରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ରେ ମୋଟ ୮୯ ଛାତ୍ରଛାତ୍ରୀ ରହିଥିବା ବେଳେ ଦୁଇ ଜଣ ଶିକ୍ଷକ ରହିଛନ୍ତି । ରାଜ୍ୟ ସରକାର ମୋ ସ୍କୁଲ,୫ଟି ଭଳି ସ୍କୁଲ ରୂପାନ୍ତରିତ କାର୍ଯ୍ୟକ୍ରମ ହାତ କୁ ନେଇଥିବା ବେଳେ କୋରାପୁଟ ଜିଲ୍ଲା ଭଳି ଆଦିବାସୀ ଜିଲ୍ଲାରେ ପ୍ରାଥମିକ ସ୍କୁଲ ଗୁଡିକର ଏଭଳି ଚିତ୍ର ଦେଖିଲେ ଏହି ସବୁ ଯୋଜନା କେତେ କାର୍ଯ୍ୟକାରୀ ହେଉଛି ତାହା ଅନୁମେୟ ହେଇଚି । ତେବେ କେବେ ଏହି ବିଦ୍ୟାଳୟର ପରିବେଶ ବଦଳୁଛି ତାହାହିଁ ଦେଖିବା ବାକି ରହିଲା |

ବୋରିଗୁମ୍ମା ରୁ ମାନସ ରଞ୍ଜନ ହତାଙ୍କ ରିପୋର୍ଟ ଫୋକସ ପ୍ଲସ ।

Leave a Reply

Your email address will not be published. Required fields are marked *