ବର୍ଷାରେ ଫସଲ ନଷ୍ଟ ହୋଇଛି କି?ମିଳିବ ଚାଷୀଙ୍କୁ କ୍ଷତିପୂରଣ : ମନ୍ତ୍ରୀ

ଚଳିତ ମାସ ୧୭ ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ଧରଣର ବର୍ଷା ହୋଇ ନଥିବା ବେଳେ ହାଲୁକାରୁ ମଧ୍ୟମଧରଣର ବର୍ଷା ଚାଷୀକୁଳଙ୍କୁ କ୍ଷତି ପହଞ୍ଚାଇଛି। ଫସଲ ଅମଳ ସମୟରେ ବର୍ଷା ଜାରି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଧାନ ଏବେ ଖେତରେ ଥିବା ବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି। ଏହାରି ମଧ୍ୟରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ବୟାନ ଚାଷୀମାନଙ୍କୁ ଆଶସ୍ତି ପ୍ରଦାନ କରିଛି। 

ଶ୍ରୀ ବଳସାମନ୍ତ କହିଛନ୍ତି ଯେ, ବର୍ଷାରେ ଫସଲହାନୀ ହୋଇଥିଲେ ଚାଷୀମାନଙ୍କୁ କ୍ଷତିପୂରଣ ମିଳିବ। ଫସଲହାନୀର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟ୍କୁ ଯାଇ ତଦନ୍ତ କରିବ। ଫସଲହାନୀ ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି। ବୀମା କଂପାନିଙ୍କ ଉପରେ ନଜର ରଖାଯାଇଛି। କୌଣସି କଂପାନି ଠକି ପାରିବେ ନାହିଁ। 

Leave a Reply

Your email address will not be published. Required fields are marked *