ବର୍ଷାଦିନେ ଖୋଲୁଛି ଗାଁ ବିକାଶର ଅସଲ ମୁଖା

ଫୋକସ ପ୍ଲସ (ଲମତାପୁଟ)୨୧/୦୭/୨୦୨୨: ଗାଁକୁ ଭଲ ରାସ୍ତା ଖଣ୍ଡେ ନାହିଁ । ନଈ ପାରି ହୋଇ ଗାଁକୁ ଯିବାକୁ ପଡିଥାଏ । ହଠାତ କୌଣସି ସାଧାରଣ ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କ ଦେହ ଖରାପ ହେଲେ ରୋଗୀଙ୍କୁ ଦୀର୍ଘ ୩ କିଲୋମିଟର ଦୂର ଖଟିଆରେ ବୋହି ନାଳ ପାରିକରି ଡାକ୍ତରଖାନା ନେବାକୁ ପଡିଥାଏ ।ଗାଁକୁ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରୁ ନାହିଁ । ଫଳରେ ରୋଗୀଙ୍କୁ ଗାଁ ଲୋକେ ଏକ ଖଟିଆରେ ବୋହି ଭରା ନଈ ପାରିବାକୁ ପଡିଥାଏ ।ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ଲମତାପୁଟ ବ୍ଲକର ଭାଲୁପଡା ଗାଁରେ । ଗାଁର କମଳା ପାଙ୍ଗି ହଠାତ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ର ନେବାକୁ 108 ଆମ୍ବୁଲାନ୍ସକୁ ଡକାଇଥିଲେ । ଗାଁକୁ ଭଲ ରାସ୍ତା ନଥିବା ଏବଂ ଏକ ନଈ ଥିବାରୁ ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଗାଁ ଲୋକେ ରୋଗୀଙ୍କୁ ଖଟିଆରେ ଦିର୍ଘ ୩କିଲୋମିଟର ଦୂର ଖରିଆରେ ବହି ଭରା ନଇଁ ପାରିକରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇ ଥିବା ଦେଖିବାକୁ ମିଳିଛି । ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କୁ ଲମତାପୁଟ ଡାକ୍ତରଖାନାକୁ ନେଇଛନ୍ତି ।

ଲମତାପୁଟ ରୁ ଗୋପୀନଥ ହଞ୍ଜରିଆ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *